ରାଜ୍ୟରେ ୨୪ ଘଂଟାରେ ୬୨୫ କରୋନା ଆକ୍ରାନ୍ତ ଚିହ୍ନଟ

0 70

-୧୮ ବର୍ଷରୁ ୮୦ ଜଣ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୬୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୨୩୨୩ ବୃଦ୍ଧି ପାଇଛି । ୧୮ ବର୍ଷରୁ କମ ୮୦ ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ବର୍ତମାନ ସୁଦ୍ଧା ୯୮୬୩୩୪ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୪୪୩ ରହିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।

ଆଜି ଚିହ୍ନଟ ହୋଇଥିବା ୬୨୫ ଜଣଙ୍କ ମଧ୍ୟରୁ ୩୬୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୫୯ ଜଣ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ସୂଚନା ଅନୁସାରେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୨୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଅନୁଗୋଳ ଜିଲ୍ଲାରୁ ୧୮, ବାଲେଶ୍ୱରରୁ ୫୦, ବରଗଡ଼ରୁ ୬, ଭଦ୍ରକ୍ ରୁ ୮ ଜଣ ସଂକ୍ରମିତ ହୋଇଥିବା ବେଳେ , କଟକରୁ ୫୬, ଦେବଗଡରୁ ୯ , ଢେଙ୍କାନାଳରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୪, ଝାରସୁଗୁଡାରୁ ୩, , କଳାହାଣ୍ଡିରୁ ୩ , କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ୨୧୪ ଓ କୋରାପୁଟ ଜିଲ୍ଲାରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ମାଲକାନାଗିରିରୁ ୧, ମୟୁରଭଞ୍ଜରୁ ୭ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୟାଗଡରୁ ୧୦, ନୂଆପଡାରୁ ୧ , ପୁରୀରୁ ୨୯, ରାୟଗଡାରୁ ୧୨ , ସମ୍ବଲପୁରରୁ ୧୮, ସୁନ୍ଦରଗଡରୁ ୬ ଓ ଷ୍ଟେଟପୁଲରୁ ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.