ସିଏଚଏସଇ ଅଫିସ୍ ଘେରିଲେ ଯୁକ୍ତ ୨ ଏକ୍ସ ରେଗୁଲାର୍ ଛାତ୍ରଛାତ୍ରୀ

0 67

ଭୁବନେଶ୍ୱର : ସ୍ୱତନ୍ତ୍ର ବ୍ୟବସ୍ଥାରେ ଉତୀର୍ଣ୍ଣ କରିବାକୁ ଦାବି କରି ସିଏଚଏସଇ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଯୁକ୍ତ ୨ ଏକ୍ସ ରେଗୁଲାର୍ ଛାତ୍ରଛାତ୍ରୀ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନେତୃତ୍ୱରେ ଶହ ଶହ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ସିଏଚଏସଇ ଅଫିସ୍ ସମ୍ମୁଖରେ ପହଂଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ଯୁକ୍ତ ୨ ରେଗୁଲାର ଛାତ୍ରାଛାତ୍ରୀଙ୍କୁ ଯେଉଁଭଳି ଦଶମ ଶ୍ରେଣୀ ମାର୍କ ଆଧାରରେ ନମ୍ବର ଦିଆଯାଇ ଉତୀର୍ଣ୍ଣ କରାଗଲା ସେମାନଙ୍କୁ ମଧ୍ୟ ସେହିପରି ମାର୍କ ଦିଆଯାଉ ।

Leave A Reply

Your email address will not be published.