ସୀମାନ୍ତରେ ଏନକାଉଣ୍ଟର, ୨ ମାଓବାଦୀ ମୃତ

0 60

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଳାର କୋଣ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ ଆଜି ସକାଳେ ଡ଼ିଆରଜି, ସିଆରପିଏଫ ୨୧୭ ବାଟାଲିଆନ, କୋବ୍ରା ୨0୨ ବାଟାଲିଆନର ଯବାନ ମାନେ ମିଳିତ ଭାବେ ସର୍ଚ୍ଚ ଅପେରସନ ରେ ନେସର ଗୋମପାଦ / କାନହାଇଗୁଡା ଅଞ୍ଚଳକୁ ବାହାରିଥିଲେ । ସକାଳ ପ୍ରାୟ ୮ ଟା ୩0 ମିନିଟ ସମୟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ଯବାନଙ୍କ ଗୁଳିର ସାମ୍ନା କରି ନପାରି ମାଓବାଦୀ ମାନେ ସେଠାରୁ ଦୌଡ଼ି ପଳାଇଥିଲେ ।

ଏ ସମ୍ପର୍କରେ ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ, ଘଟଣାସ୍ଥଳରୁ ମାଓବାଦୀ ଅସ୍ତ୍ରଶସ୍ତ୍ର, ଗୁଳି, ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ସହିତ ଦୁଇଟି ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ପଳାୟନ କରିଥିବା ଅନ୍ୟ ମାଓବାଦୀଙ୍କୁ ଖୋଜା ଚାଲିଛି । ସେଠାରେ ଆଉ କିଛି ମାଓବାଦୀ ଅଛନ୍ତି ଯେଉଁମାନେ ଗୁଳି ବିନିମୟରେ ଆହତ ହୋଇଛନ୍ତି । ପ୍ରାଥମିକ ପରିଚୟରୁ ଜଣାପଡିଛି ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ କାୱାସୀ ହୁଙ୍ଗା, କୋଣ୍ଟା ଏରିଆ ଦଳମ କମାଣ୍ଡର । ତାହା ଉପରେ ୫ ଲକ୍ଷ ପୁରସ୍କାର ରହିଥିଲା ।

Leave A Reply

Your email address will not be published.