ଗଜପତି ପୋଲିସର ସଫଳତା : ହରିୟାଣା ଚାଲାଣ ବେଳେ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ

0 67

-୭ ମହିଳାଙ୍କ ସମେତ ୨୬ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ କାରବାରକୁ ରୋକିବା ପାଇଁ ବିଭିନ୍ନ ଯାଞ୍ଚ, ଚଢାଉ ଆଦି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତକାଲି ଆର୍‌.ଉଦୟଗିରି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ୱାବଧାନରେ ଆର୍‌.ଉଦୟଗରି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ଓ ତାଙ୍କ ଟିମ୍ ନୂଆଗଡ ବ୍ଲକ ଅନ୍ତର୍ଗତ ସମ୍ବଲପୁର ଅଞ୍ଚଳରେ ଚଡାଉ କରିଥିଲେ । ଅଭିଯୁକ୍ତମାନେ ୪ ଗୋଟି ଭ୍ୟାନ ଯୋଗେ ଗଞ୍ଜେଇକୁ ହରିୟାଣା ଚାଲଣ କରିବା ପାଇଁ ପ୍ରସ୍ତୁତ ଥିଲେ । ଏହି ଖବର ପାଇ ଆର୍‌.ଉଦୟଗିରି ଥାନା ଟିମ୍ ସେଠାରେ ପହଞ୍ଚି ଚଢଉ କରିଥିଲେ । ୪ ଗୋଟି ଭ୍ୟାନକୁ ପୋଲିସ ଯାଞ୍ଚ କରି ସେଥିରୁ ୨୧ କୁଇଣ୍ଟାଲ ୪୫ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ ।

ଏଥିରେ ସମ୍ପୃକ୍ତ ଥିବା ୭ ମହିଳାଙ୍କ ସମେତ ୨୬ ଜଣଙ୍କୁ ଗିରଫ ପୋଲିସ ଗିରଫ କରିଛି । ଉକ୍ତ ଗଞ୍ଜେଇ ହରିୟାଣାକୁ ଚାଲାଣ ହେଉଥିବା ଗିରଫ ମାନଙ୍କ ଠାରୁ ସ୍ପଷ୍ଟ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହରିୟାନା ଓ ପଞ୍ଜାବର ଅଞ୍ଚଳର ଅଟନ୍ତି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆର୍‌.ଉଦୟଗିରି ଏସ୍‌ଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏନେଇ ଆର୍‌.ଉଦୟଗିରି ଥାନାରେ ୧୦୨, ୧୦୩, ୧୦୪ ଓ ୧୦୫/୨୧ରେ ୪ଗୋଟି ପୃଥକ ମାମଲା ରୁଜୁ କରାଯାଥିବା ଥାନା ସୂତ୍ରରୁ ପ୍ରକାଶ । ଗିରଫ ୨୬ଜଣଙ୍କୁ ଆଜି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.