ରାଜ୍ୟରେ ୨୪ ଘଂଟାରେ ୮୮୭ କରୋନା ଆକ୍ରାନ୍ତ ଚିହ୍ନଟ

0 79

-୧୮ ବର୍ଷରୁ ୧୩୧ ଜଣ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୮୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୩୨୧୦ ବୃଦ୍ଧି ପାଇଛି । ୧୮ ବର୍ଷରୁ କମ ୧୩୧ ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ବର୍ତମାନ ସୁଦ୍ଧା ୯୮୭୩୬୯ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୨୬ ରହିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।

ଆଜି ଚିହ୍ନଟ ହୋଇଥିବା ୮୮୭ ଜଣଙ୍କ ମଧ୍ୟରୁ ୫୧୫ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୭୨ ଜଣ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ସୂଚନା ଅନୁସାରେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୩୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଅନୁଗୋଳ ଜିଲ୍ଲାରୁ ୨୭, ବାଲେଶ୍ୱରରୁ ୫୬, ବରଗଡ଼ରୁ ୯, ଭଦ୍ରକ୍ ରୁ ୯ ଜଣ , ବୌଦ୍ଧରୁ ଜଣେ ସଂକ୍ରମିତ ହୋଇଥିବା ବେଳେ , କଟକରୁ ୧୧୯, ଦେବଗଡରୁ ୯ , ଢେଙ୍କାନାଳରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ୩, ଗଞ୍ଜାମରୁ ୨,ଜଗତସିଂହପୁରରୁ ୩୭, ଯାଜପୁରରୁ ୪୩, ଝାରସୁଗୁଡାରୁ ୫ , କଳାହାଣ୍ଡିରୁ ୧ , କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ୩୨୩ ଓ କୋରାପୁଟ ଜିଲ୍ଲାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ମାଲକାନାଗିରିରୁ ୨, ମୟୁରଭଞ୍ଜରୁ ୩୧ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୨,ନୟାଗଡରୁ ୧୧, ନୂଆପଡାରୁ ୩ , ପୁରୀରୁ ୩୯, ରାୟଗଡାରୁ ୨, ସମ୍ବଲପୁରରୁ ୨୧, ସୁନ୍ଦରଗଡରୁ ୭ ଓ ଷ୍ଟେଟପୁଲରୁ ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.