ମାଲକାନଗିରି ଗୌଡ଼ଗୁଡା ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ

0 68

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନ ର ୫ମ ଦିନରେ ମାଲକାନଗିରି ବ୍ଳକର ଗୌଡ଼ ଗୁଡା ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ହିତାଧିକାରୀଙ୍କୁ ଵିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଡିଜିଟାଲ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି । ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ମାଲକାନଗିରି ବ୍ଳକ ଅଧ୍ୟକ୍ଷ ଅକ୍ଷୟ ନାୟକ, ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା,ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ସମେତ ଜିଲ୍ଲା ପରିଷଦ ସଭ୍ୟ , ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ । ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ସବୁ ଡିଜିଟାଲ ସ୍ମାର୍ଟକାର୍ଡ଼ ବଣ୍ଟନ କରା ଯାଇଛି ।

ମାନ୍ୟବର ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଯୋଜନାଙ୍କୁ ମାନ୍ୟବର ମନ୍ତ୍ରୀ ସମେତ ଅତିଥି ମାନେ ଵହୁତ ଵହୁତ ପ୍ରଶ°ସା କରିଥିଲେ। ଜନସାଧାରଣ ଓ ହିତାଧିକାରୀଙ୍କ ମନରେ ଏକ ସୁସ୍ଥ ଜିବନ ବଞ୍ଚିବାର ଆଶା ସ°ଚାରଣ ହେଵା ସହ ଚିକିତ୍ସା କ୍ଷେତ୍ରରେ ହେଇଥିବା ଐତିହାସିକ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି । ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଡାଲ ଅଧିକାରୀ ଉପସ୍ଥିତ ରହି କାର୍ଡ଼ ଵଣ୍ଟନ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ, ତାପସ ରଞ୍ଜନ ନାୟକ, ବିଭାନ୍ସୁ ସାମଲ, ଯୋଗ ଦେଇ କାର୍ଯ୍ୟକ୍ରମଟି କୁ ସୁଫଳ କରିଵା ସହ ମୁଖ୍ୟମନ୍ତ୍ରୀ ଙ୍କ ଗୁଣଗାନ କରି ଥିଲେ । ଏହି କାର୍ଯ୍ୟକ୍ରମ ପରେ ଗୌଡ଼ ଗୁଡା ପଞ୍ଚାୟତ ରେ ସ୍ୱାସ୍ଥ୍ୟ କାର୍ଡ ପାଇ ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣେଇଥିଲେ ।

Leave A Reply

Your email address will not be published.