ଗୋପାଳପୁର-ସୋନପୁର ବେଳାଭୂମିରେ ହେବ ବିଚ୍ ସେକ୍

0 66

-ଗୋଆର ଅନୁଭବ ପାଇବେ ପର୍ଯ୍ୟଟକ

ଭୁବନେଶ୍ୱର : ରାଜ୍ୟର ୨ଟି ବେଳାଭୂମିରେ ନିର୍ମାଣ ହେବ ବିଚ୍ ସେକ୍ । ଏଥିଲାଗି ଆରମ୍ଭ ହୋଇଛି ଜାଗା ଚିହ୍ନଟ ପ୍ରକ୍ରିୟା । ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଛି । ଗୋଆ ଭଳି ବେଳାଭୂମିର ମୁକ୍ତ ଆକାଶ ତଳେ ପର୍ଯ୍ୟଟକ ବିଦେଶୀ ପାନୀୟ ମଜା ନେବେ । ବିଦେଶୀ ପର୍ଯ୍ୟଟକ ଓ ରାଜ୍ୟ ବାହର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନିଆରା ପ୍ରୟାସ । ଗୋଆ ଭଳି ଏଠାରେ ମଧ୍ୟ ପର୍ଯ୍ୟଟକ ବେଳାଭୂମିର ମୁକ୍ତ ଆକାଶ ତଳେ ବସି ସମୁଦ୍ର ମାଛ ଖାଇବା ସହ ବିଦେଶୀ
ପାନିୟର ମଜା ନେବେ । ଗୋପଳପୁରରେ ୫ଟି କୁଡ଼ିଆ ହେବାକୁ ଥିବାବେଳେ ସୋନପୁରରେ ହେବ ୨ଟି କୁଡ଼ିଆ । ପୂର୍ବରୁ ଗୋପାଳପୁରକୁ ବହୁ ବିଦେଶୀ ପର୍ଯ୍ୟଟକ ଆସୁଥିଲେ । କିନ୍ତୁ ଗତ ୧୦ରୁ ୧୫ ବର୍ଷ ହେବ ବିଦେଶୀ ପର୍ଯ୍ୟଟକଙ୍କ ଦେଖାନାହିଁ । ସେତିକି ନୁହେଁ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟକ ଗୋପାଳପୁରକୁ ଛାଡି ବାହାର ରାଜ୍ୟର ବେଳାଭୂମିକୁ ଯାଉଥିବା ଦେଖିବାକୁ ମିଳୁଛି । ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ମିଳିବ ଗୋଆର ଅନୁଭବ । ସମୁଦ୍ରରେ ଗାଧୋଇବା ସହ ସି-ଫୁଡ୍ ଓ ଅନ୍ୟ ସବୁ ସୁବିଧା ପାଇପାରିବେ ପର୍ଯ୍ୟଟକ ।

Leave A Reply

Your email address will not be published.