ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା

0 71

ନୂଆଦିଲ୍ଲୀ : ମହାମାରୀ କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବାରେ ଲାଗିଛି । ଏହି ସମୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସବୁ ଶିକ୍ଷକଙ୍କୁ ଟିକା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଗୁରୁ ଦିବସ ପୂର୍ବରୁ ଟିକା ଦେବାକୁ ଆଜି କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଶିକ୍ଷକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ୨କୋଟି ଡୋଜ୍ ଦେବେ ବୋଲି କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ୍ କରି କହିଛନ୍ତି, ଚଳିତ ମାସରେ ରାଜ୍ୟଗୁଡ଼ିକୁ ଟିକା ପ୍ରଦାନ ଯୋଜନାରେ ଅତିରିକ୍ତ ୨ କୋଟିରୁ ଅଧିକ ଡୋଜ୍ ଯୋଗାଇ ଦିଆଯାଉଛି । ତେଣୁ ଆମେ ସବୁ ରାଜ୍ୟର ସରକାରମାନଙ୍କୁ ଅନୁରୋଧ କରୁଛୁ ଯେ, ସେମାନେ ୫ ସେପ୍ଟେମ୍ବରରେ ପାଳନ କରାଯାଉଥିବା ଗୁରୁ ଦିବସ ପୂର୍ବରୁ ସ୍କୁଲରେ ପାଠ ପଢ଼ାଉଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ପ୍ରୟାସ କରନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.