ଚିନ୍ତାରେ ବସିଛନ୍ତି ଚାଷୀ

0 71

ପାଣି ଅଭାବରୁ ହୋଇପାରିନି ଧାନ ରୁଆ

କଲ୍ୟାଣସିଂହପୁର :   ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ଓ କରପା ପଞ୍ଚାୟତରେ ପାଣି ଅଭାବରୁ ଧାନ ରୁଆ ହୋଇପାରୁ ନ ଥିବା ଦେଖିବାକୁ ମିଳିଛି । ଧାନ ରୁଆ ହୋଇ ନଥିବାରୁ ଚିନ୍ତାରେ ଚାଷୀ । ଉକ୍ତ ପଞ୍ଚାୟତରେ କେନାଲ ଥାଇ ମଧ୍ୟ ପାଣି ଅଭାବ ଯୋଗୁଁ ଧାନ ରୁଆ ହୋଇପାରିନି । ଚାଷୀ ମାନେ  ମିନି ବ୍ୟାଙ୍କ, (ଲ୍ୟାମ୍ପ) ଓ ସାହୁକାର ଠାରୁ ଧାରା କରଜ କରି ଧାନ ବିହନ ନେଇ ବିଲରେ ଧାନ ତଳି ପକେଇଥିଲେ ।ସଠିକ ଭାବରେ ବର୍ଷା ହେଉନଥିବାରୁ କେନାଲରେ ପାଣି ଆସୁନଥିବା ଯୋଗୁଁ ବିଲକୁ  ପାଣି ହେଉନାହିଁ । ଯାହା ଫଳରେ ଧାନ ତଳି ହୋଇଥିଲେ ମଧ୍ୟ ପାଣି ନଥିବାରୁ ରୁଆ କରିପାରୁନଥିବା ଚାଷୀ ଲଛମ ପତି କାଡ୍ରାକା, ଧନପତି କାଡ୍ରାକା, ପ୍ରାସ୍କା ଶିରି, କାଡ୍ରାକା ମାଣି, ବିସମ୍ବର ନିସିକା, କାଡ୍ରାକା ସାରୁ , କାଡ୍ରାକା ଦାସରାୟା, ପ୍ରାସ୍କା ରାମଚନ୍ଦ୍ର ପ୍ରମୁଖ ଅଭିଯୋଗ କରିଛନ୍ତି । ଶ୍ରାବଣ ମାସ ଶେଷ ହୋଇ ଭାଦ୍ରବ ମାସ ଆସିଯାଇଥିଲେ ସୁଦ୍ଧା ସଠିକ ବର୍ଷା ହୋଉନଥିବା ଯୋଗୁଁ ଧାନ ରୁଆ ହୋଇପାରିନି । ଋଣ କିପରି  ସୁଝିବେ ତାହା ନେଇ ଚିନ୍ତାରେ ରହିଛନ୍ତି ଚାଷୀ । ଏହିପରି ଉକ୍ତ ବ୍ଲକର ୧୪ଟି ପଞ୍ଚାୟତରେ ଏପରି ସମସ୍ୟା ଦେଖାଦେଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.