ନବୀନଙ୍କ କାମ ତାଙ୍କ ଶବ୍ଦଠୁ ଅଧିକ ପ୍ରତିଧ୍ୱନିତ୍ୱ କରିଥାଏ: ନୀତୀଶ

0 73

ଭୁବନେଶ୍ୱର : “ମୁଁ ଲୋକଙ୍କ ପାଇଁ କାମ କରେ ନିର୍ବାଚନ ପାଇଁ ନୁହେଁ’ । ବାସ୍ ଏହି ଦୁଇ ଧାଡିର ଉତ୍ତର ହିଁ ନବୀନଙ୍କ ବ୍ୟକ୍ତିତ୍ୱ କେମିତି ତାହା ଦର୍ଶାଇ ଦେଉଛି । ସର୍ବଦା ସ୍ୱଳ୍ପଭାଷୀ ଏବଂ କାମ ଉପରେ ଗୁରୁତ୍ୱାରୋପ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିର ପ୍ରଶଂସକଙ୍କ ସଂଖ୍ୟା ତ ଢେର । ହେଲେ ଏଥିରେ ଏବେ ଯୋଡି ହୋଇଯାଇଛି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାଁ । ସେ ନବୀନଙ୍କ ବିଚାରଧାରା, ଛବି ଏବଂ ରାଜନୀତିରେ କାର୍ଯ୍ୟ କରିବାର ଶୈଳୀକୁ ଖୁବ୍ ପ୍ରଶଂସା କରିଛନ୍ତି । ନୀତିଶ କହିଛନ୍ତି, ନବୀନଙ୍କ କାମ ତାଙ୍କ ଶବ୍ଦଠୁ ଅଧିକ ପ୍ରତିଧ୍ୱନୀ ହୋଇଥାଏ । ତାଙ୍କର ଦୂରଦୃଷ୍ଟି ତୃଣମୂଳସ୍ତର ପର୍ଯ୍ୟନ୍ତ ରହିଥାଏ । ତାଙ୍କ ବିକାଶମୂଳକ କାର୍ଯ୍ୟ ସର୍ବଦା ପ୍ରତ୍ୟେକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ଆସିଛି।

ନବୀନ ଯେତେବେଳେ ରାଜନୀତିରେ ପ୍ରବେଶ କଲେ ତାଙ୍କର ପରିଚୟ ବିଜୁବାବୁଙ୍କ ପୁଅ ଭାବେ ରହିଥିଲା । ହେଲେ ଗତ ୨୪ ବର୍ଷର ରାଜନୀତିରେ ସେ ନିଜର ବଳିଷ୍ଠ ଚେହେରା ସୃଷ୍ଟି କରିବା ସହିତ ଜାତୀୟ ରାଜନୀତିରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ବୋଲି ନୀତିଶ କହିଛନ୍ତି । ସାଧାରଣତଃ ଲୋକେ କ୍ଷମତା ଏବଂ ସମୟ ସହ ନିଜକୁ ପରିବର୍ତ୍ତନ କରିଥାନ୍ତି । କିନ୍ତୁ ନବୀନଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ୫୦ ବର୍ଷ ବୟସରେ ସେ ଯେମିତି ଥିଲେ ଆଜି ମଧ୍ୟ ଠିକ୍ ସେମିତି ରହିଛନ୍ତି । ନବୀନ ସମ୍ପୂର୍ଣ ଭାବେ ରାଜ୍ୟ ଏବଂ ଦେଶ ପାଇଁ ସମର୍ପିତ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଲୋକେ ସର୍ବଦା ଏହି ପ୍ରଶ୍ନ କରି ଆସିଛନ୍ତି ଯେ, ରାଜନୀତିରେ ନବୀନ ପଟ୍ଟନାୟକ କେମିତି ଏତେ ସଫଳ ରହିଛନ୍ତି । ମୁଁ ଭାବୁଛି ନବୀନଙ୍କ ଏହି ଗୋଟିଏ ଉତ୍ତର ହିଁ ତାଙ୍କୁ ରାଜନୀତିର ଊଦ୍ଧ୍ୱର୍ରେ ପହଞ୍ଚାଇଛି ତାହା ହେଉଛି “ମୁଁ ଲୋକଙ୍କ ପାଇଁ କାମ କରେ ନିର୍ବାଚନ ପାଇଁ ନୁହେଁ’ ।

ନବୀନ ସର୍ବଦା ଏହି ସନ୍ଦେଶ ଏବଂ ଅନୁଭବ କରାଇ ଆସିଛନ୍ତି ଯେ, ଓଡିଶାର ଜନତା ହିଁ ତାଙ୍କର ପରିବାର । ଏହିପରି ସେ ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତିବା ସହ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ଗଢି ତୋଳିପାରିଛନ୍ତି । ତାଙ୍କର କାମ ହିଁ ତାଙ୍କର ଶବ୍ଦଠୁ ଅଧିକ ପ୍ରତିଧ୍ୱନି ହୋଇଥାଏ ବୋଲି ନୀତିଶ କହିଛନ୍ତି । ନୀତିଶ କହିଛନ୍ତି, ପଞ୍ଚମ ପାଳିରେ ମୁଁ ନବୀନଙ୍କୁ କେବଳ ଗୋଟିଏ ଧାଡି କହିଥିବା ଶୁଣିବାକୁ ପାଇଛି ଏବଂ ସେହି ଧାଡିଟିଏ ହିଁ ତାଙ୍କ ଦଳକୁ ବିଜୟ ମାର୍ଗରେ ନେଇଗଲା । ନବୀନ କେବଳ ଲୋକଙ୍କୁ ପଚାରିଥିଲେ ଯେ, “ଆର ୟୁ ହାପି’ ? ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଯେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ସେହି ସମୟରେ ଓଡିଶା କଠିନ ସମୟ ଦେଇ ଗତି କରୁଥିଲା । ଏହାର ଦୁଇ ଦଶନ୍ଧି ପରେ ମଧ୍ୟ ଓଡିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦୁର୍ବିପାକର ସମ୍ମୁଖୀନ ହୋଇଛି । ହେଲେ ନବୀନଙ୍କ ଦକ୍ଷ ନେତୃତ୍ୱ ବଳରେ ଓଡିଶା ଏହାର ସଫଳ ମୁକାବିଲା କରିଛି । ବିଶେଷକରି ବାତ୍ୟାର ସଫଳ ମୁକାବିଲା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନବୀନ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଏଥିସହ ଓଡିଶା ସଂପ୍ରତି କ୍ରୀଡା ଓ ପର୍ଯ୍ୟଟନ ସହ ଜିଡିପିରେ ଉଲ୍ଲେଖନୀୟ ବୃଦ୍ଧି କରିଛି । ନବୀନ ଓଡିଶାକୁ କ୍ରୀଡାର ପେଙଋସ୍ଥଳୀ ରୂପେ ଗଢି ତୋଳିବାକୁ ପ୍ରୟାସରତ । ଇତିହାସ ନବୀନଙ୍କୁ ସର୍ବଦା ଜଣେ ଭଦ୍ରବ୍ୟକ୍ତି, ଆତ୍ମବିଶ୍ୱାସୀ, ସମାଜସେବୀ ସହ ପ୍ରତିବଦ୍ଧତା ଏବଂ ଆଦର୍ଶ ପୁରୁଷ ଭାବେ ମନେ ରଖିବ ବୋଲି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

Leave A Reply

Your email address will not be published.