ସତ ହେଲା ଆମେରିକାର ଆକଳନ : ବିସ୍ଫୋରଣରେ ଥରିଲା କାବୁଲ୍, ୧୬ ମୃତ

0 70

ୱାଶିଂଟନ : ସତ ହେଲା ଆମେରିକାର ଆକଳନ । କାବୁଲ ଏୟାରପୋର୍ଟ ବାହାରେ ବଡ଼ଧରଣର ଆକ୍ରମଣ ଆଶଙ୍କା କରିଥିଲା ଆମେରିକା । ଯାହା ସତରେ ପରିଣତ ହୋଇଛି । ପ୍ରଥମେ ହମିଦ କାରଜାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ୧ ନମ୍ବର ଗେଟ୍ ନିକଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିବା ବେଳେ ଏୟାରପୋର୍ଟଠାରୁ କିଛି ଦୂରରେ ଥିବା ଏକ ହୋଟେଲରେ ପୁଣି ଦ୍ୱିତୀୟ ବିସ୍ଫୋରଣ ହୋଇଛି । ଏହି ଦୁଇଟିଯାକ ବିସ୍ଫୋରଣରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନିଜଣ ଆମେରିକୀୟ ସୈନ୍ୟ ମଧ୍ୟ ଅଛନ୍ତି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପେଣ୍ଟାଗନ ପକ୍ଷରୁ ଟ୍ୱିଟ୍ ଯୋଗେ କୁହାଯାଇଛି । ତେବେ ବିସ୍ଫୋରଣ ପରେ ଗୁଳି ଶବ୍ଦ ମଧ୍ୟ ଶୁଣାଯାଇଥିବା ସୂଚନା ମିଳିଛି । ସୁଇସାଇଡ୍ ବମ୍ବର ଦ୍ୱାରା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ତେବେ ମୃତାହତଙ୍କ ସମ୍ପର୍କରେ ସଠିକ୍ ଭାବେ କିଛି ଜଣାପଡ଼ିନଥିଲେ ହେଁ ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ତାଲିବାନ ପକ୍ଷରୁ କୁହାଯାଇଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି ।

ଏହି ବିସ୍ଫୋରଣରେ ଆଇଏସଆଇଏସ୍ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି । ଦୁଇ ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମୃତ୍ୟୁ ନେଇ କିଛି ସ୍ପଷ୍ଟ ହୋଇନଥିବା କହିଛନ୍ତି । ଏହି ବିସ୍ଫୋରଣ ସମୟରେ ଲୋକେ ଭୟଭୀତ ହୋଇ ଦୌଡ଼ାଦୌଡି କରୁଥିବାର ନଜରକୁ ଆସିଛି । ପେଣ୍ଟାଗନ ମୁଖପାତ୍ର ଜନ୍ କିର୍ବି ବିସ୍ଫୋରଣ ନେଇ ସ୍ପଷ୍ଟ କରିଥିଲେ ହେଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା କହିଛନ୍ତି । ଏହି ବିସ୍ଫୋରଣ ପରେ ଆଇଏସ୍ଆଇଏସ୍ଆଇର ହାତ ଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣର କିଛି ସମୟ ପୂର୍ବରୁ ଏକ ଇଟାଲୀୟ ବିମାନକୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ବିମାନ ଟେକ୍ଅପ୍ କଲାବେଳେ ଗୁଳିମାଡ଼ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଫାଟକ ନିକଟରୁ ତୁରନ୍ତ ଦୂରକୁ ଚାଲିଯିବାକୁ ଆମେରିକା ବୈଦେଶିକ ବିଭାଗ ନିଜ ଦେଶର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଥିଲା । ତାଲିବାନ ପଟୁ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଥିଲା । ଆମେରିକା ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଥିଲା ଯେ କାବୁଲ ବିମାନ ବନ୍ଦରର ଆବେ ଫାଟକ, ପୂର୍ବ ପଟ ଫାଟକ ଏବଂ ଉତ୍ତର ଫାଟକ ନିକଟରେ ଥିବା ଆମେରିକା ନାଗରିକ ତୁରନ୍ତ ସେହି ସମସ୍ତ ସ୍ଥାନଛାଡି ଦୂରକୁ ଚାଲିଯାଆନ୍ତୁ । କାବୁଲ ବିମାନ ବନ୍ଦରରେ ଆକ୍ରମଣ ବିପଦ ଆଶଙ୍କା ରହିଥିବାରୁ ଆମେରିକା ନାଗରିକ ସଂପ୍ରତି ବିମାନ ବନ୍ଦରକୁ ଆସନ୍ତୁ ନାହିଁ । ସେମାନଙ୍କୁ ଆମେରିକା ସରକାରଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରକୁ ଆସିବାକୁ ସୂଚନା ଦିଆନଯିବା ପର୍ଯ୍ୟନ୍ତ ସେମାନେ ସେଠାରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଥିଲା । ତେବେ କାଜିକସ୍ତାନରେ ମଧ୍ୟ ଆଉ ଏକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । କାଜିକସ୍ତାନରେ ତରାଜ ସହର ନିକଟ ସେନା ଶିବିର ନିକଟରେ ଏହି ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣ ପାଇଁ ନିଜକୁ ଆଇଏସ୍ଆଇଏସ୍କୁ ଦାୟୀ କରିଛି ତାଲିବାନ ।

Leave A Reply

Your email address will not be published.