ସ୍ମାର୍ଟ ହେଲା ଆଉ ୧୦ ସ୍କୁଲ : ସ୍ୱପ୍ନ ଓ ସମ୍ଭାବନା ଛାତ୍ର ଜୀବନର ପରିଚୟ

0 76

ହିଞ୍ଜିଳିକାଟୁ : ଅଗଷ୍ଟରୁ ଆରମ୍ଭ ହୋଇଥିବା ମାରାଥନ ସ୍ମାର୍ଟ ବିଦ୍ୟାଳୟର ଲୋକାର୍ପଣ ଅଭିଯାନର ତୃତୀୟ ଚରଣରେ ଗୁରୁବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପୁଣି ୧୦ଟି ସ୍ମାର୍ଟ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ଲୋକାର୍ପିତ କରିଛନ୍ତି । ସ୍ୱପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ । ତୁମେମାନେ ବଡ ବଡ ସ୍ୱପ୍ନ ଦେଖ । ନିଜ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ୱପ୍ନକୁ ସାକାର କର ଏବଂ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ ବୋଲି ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲର ଏଭଳି ରୂପାନ୍ତର ପାଇଁ ବହୁତ ଖୁସି ଥିବା କହିଛନ୍ତି । ପ୍ରାଇଭେଟ ସ୍କୁଲଠାରୁ ବହୁ ଉନ୍ନତ ଧରଣର ସ୍କୁଲରେ ପଢ଼ିବାର ସୁଯୋଗ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଇ-ଲାଇବ୍ରେରୀ, ଉନ୍ନତମାନର ଶ୍ରେଣୀଗୃହ, ଭଲ ଖେଳପଡ଼ିଆ ଆଗରୁ ନଥିଲା । କିନ୍ତୁ ସ୍କୁଲର ରୂପାନ୍ତର ହେବା ପରେ ଏସବୁ ଆମକୁ ମିଳିପାରିଛି । ଏହା ଦ୍ୱାରା ଆଗକରୁ ଯାହା ପଢ଼ିବାକୁ କଷ୍ଟ ହେଉଥିଲା ଏବେ ତାହା ପଢ଼ିବାକୁ ସହଜ ଲାଗୁଛି ଏବଂ ଆମେ ଭଲରେ ବୁଝି ପଢ଼ିପାରୁଛୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।

ସେହିଭଳି ସେରଗଡ଼ ଅନ୍ତର୍ଗତ ଗୋବିନ୍ଦପୁର ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ନିକିତା ଜେନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଗୁରୁବାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଗଣେଶ ବିଦ୍ୟାପୀଠ, ଆଲପୁର ଉଚ୍ଚବିଦ୍ୟାଳୟ, କଞ୍ଚୁରୁ ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟ, ପୋଡିଙ୍ଗି ଗ୍ରାମର ଶ୍ୟାମଳାୟୀ ଉଚ୍ଚବିଦ୍ୟାଳୟ, ସାରୁ ଉଚ୍ଚବିଦ୍ୟାଳୟ ଏବଂ ଶେରଗଡ଼ ବ୍ଲକର କୃଷ୍ଣଛାଇ ଉଚ୍ଚବିଦ୍ୟାଳୟ, ଅଲାରିଗଡ ଗ୍ରାମର ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ଧବଳପୁର ଉଚ୍ଚବିଦ୍ୟାଳୟ, ଗୋବିନ୍ଦପୁର ଉଚ୍ଚବିଦ୍ୟାଳୟ, କୁରୁଳା ସରକାରୀ ଉଚ୍ଚବିଦ୍ୟାଳୟକୁ ଲୋକାର୍ପିତ କରାଯାଇଛି । ଗଣ୍ଡଳାସ୍ଥିତ ଗଣେଶ ବିଦ୍ୟାପୀଠରେ ଜଙ୍ଗଲ ଓ ପର୍ଯ୍ୟାବରଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ, ଆଲପୁର ଉଚ୍ଚବିଦ୍ୟାଳୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ସରକାରୀ ଉଚ୍ଚବିଦ୍ୟାଳୟ, କଞ୍ଚୁରୁରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ପୋଡିଙ୍ଗି ଶ୍ୟାମଳାୟୀ ବିଦ୍ୟାପୀଠରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, କୋରେଇ ବିଧାୟକ ଅଶୋକ କୁମାର ବଳ, ସାରୁ ଉଚ୍ଚ ବିଦ୍ୟାଳୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବରୀ ବିଧାୟକ ସୁନନ୍ଦା ଦାଶ ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ।

ସେହିପରି ଶେରଗଡ଼ ବ୍ଲକ କୃଷ୍ଣଛାଇ ଉଚ୍ଚ ବିଦ୍ୟାଳୟରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଅଲାରିଗଡ଼ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଧବଳପୁର ଉଚ୍ଚବିଦ୍ୟାଳୟରେ ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ରନାଥ ମିତ୍ର, କୁରୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଉପ-ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରଶାସନିକ ଅଧିକାରୀ, ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ହିଞ୍ଜିଳି ଥାନାଧିକାରୀ ଅଭିମନ୍ୟୁ ଦାସ ଓ ଶେରଗଡ଼ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଲୋକାର୍ପିତ ହୋଇଥିବା ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସେହିପରି ଆସିଥିବା ବିଧାୟକମାନେ ହିଞ୍ଜିଳିକାଟୁ ପୋରାଞ୍ଚଳର ବିଭିନ୍ନ ଜନହିତକର ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ । ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ପୌର ପରିଷଦର କର୍ମଚାରୀମାନେ ପ୍ରକଳ୍ପ ସ୍ଥାନଗୁଡିକରେ ଉପସ୍ଥିତ ରହି ଅତିଥିମାନଙ୍କୁ ପ୍ରକଳ୍ପର କାର୍ଯ୍ୟକାରିତା ବାବଦରେ ବୁଝାଇ କହିଥିଲେ । ହିଞ୍ଜିଳି ପଞ୍ଚାୟତ ଅଧ୍ୟକ୍ଷ ଏନ.ରଘୁନାଥ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ଶେରଗଡ଼ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ହିଞ୍ଜିଳି ବ୍ଲକ ମନୋଜ କୁମାର ସାବତ, ମନୋଜ କୁମାର ପୋଲାଇ, ପୂର୍ବତନ ଉପ-ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ନଗର ବିଜେଡି ସଭାପତି ଭୀମସେନ ବେହେରା, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ୟାରୀ ମୋହନ ପାଢ଼ୀ, ସଞ୍ଜୟ କୁମାର ପଣ୍ଡା ପ୍ରମୂଖ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.