ଟ୍ରକ୍ ରୁ ମାର୍ବଲ ଓହ୍ଲାଇବା ବେଳେ ଦୁର୍ଘଟଣା, ମାର୍ବଲ ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ

0 63

-କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ

ବୌଦ୍ଧ : ବୌଦ୍ଧ ସହର – ବୁଟୁପାଲି ଜାତୀୟ ରାଜପଥ କଡରେ ଏକ ଗୋଦାମରେ ଟ୍ରକରୁ ମାର୍ବଲ ଓହ୍ଲାଇବା ବେଳେ ମାର୍ବଲ ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ ୯ ଟା ସମୟରେ ଶମ୍ବୁ ପ୍ରସାଦ ଅଗ୍ରୱାଲାଙ୍କ ଘର ନିର୍ମାଣ ପାଇଁ ଆସିଥିବା ମାର୍ବଲକୁ ଟ୍ରକରୁ ଓହ୍ଲାଉଥିବାବେଳେ ବୌଦ୍ଧ ବାପୁଜିନଗରର ପଂଚାନନ ନାଏକ ଓ ଅନୁଗୁଳ ଜିଲା ଆଠମଲ୍ଲିକ ମହେନ୍ଦ୍ରପୁର ଗ୍ରାମର ବିଶ୍ୱାମିତ୍ର ଦେହୁରୀ ମାର୍ବଲରେ ଚାପି ହୋଇ ଘଟଣାସ୍ଥଳରେହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ବୌଦ୍ଧ ପୋଲିସ, ଅଗ୍ନିଶମ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଦୀର୍ଘ ୩ ଘଣ୍ଟା କାଳ ଉଦ୍ୟମ କରିଥିଲେ ମଧ୍ୟ ଟ୍ରକ ଭିତରେ ମାର୍ବଲ ମଝିରେ ଚାପି ହୋଇଥିବା ଦୁଇ ଶ୍ରମିକଙ୍କ ଶବକୁ ଉଦ୍ଧାର କରିପାରିନଥିଲେ । ଶେଷରେ ଜେସିବି ସାହାଯ୍ୟରେ ଟ୍ରକ୍ ର ଡାଲା ଭାଙ୍ଗି ମାର୍ବଲ କଢାଯିବା ପରେ ଶବଦ୍ୱୟକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ବାପୁଜୀନଗର ବାସିନ୍ଦାମାନେ ଉତ୍ୟେକ୍ତ ହୋଇ ମୃତ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରାଯାଇ ଗାଡିମାଲିକ ଓ ଘର ମାଲିକଙ୍କୁ ଡାକି ଥାନାରେ ଆଲୋଚନା କରାଯାଇ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ପ୍ରତିଶୃତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ମୃତ ଶ୍ରମିକଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.