“ଆଜାଦି କା ଅମୃତ ମହୋତ୍ସବ” ଓ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସମ୍ପର୍କିତ ଆଲୋଚନାଚକ୍ର

0 67

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପରିପ୍ରେକ୍ଷୀରେ “ଆଜାଦି କା ଅମୃତ ମହାେତ୍ସବ” ଓ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାରା ପ୍ରସାଦ ରାଓ, ଇଂ. ଆଶିଷ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ମାଲକାନଗିରି ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୪୦୮ଟି ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ୧୯୮୭.୩୩ ରାସ୍ତା ଓ ୨୫ ଗୋଟି ସେତୁ ନିର୍ମାଣ କରାଯାଇଛି । ଫଳରେ ମାଲକାନଗିରି ଜିଲ୍ଲାରେ ଥିବା ୭୩୫ ଗୋଟି ଗ୍ରାମକୁ ସଂଯୋଗ ସ୍ଥାପନ ହୋଇପାରିଛି । ନିମନ୍ତ୍ରିତ ଅତିଥିମାନେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦିଗରୁ ବିକାଶର ଚିତ୍ରକୁ ଉପସ୍ଥାପନ କରିଥିଲେ । ଗ୍ରାମାଞ୍ଚଳରେ ରାସ୍ତା ସଂଯୋଗିକରଣ ଯୋଗୁଁ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ବାଣିଜ୍ୟ କାରବାର ଏବଂ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହେବା ଉପରେ ମତ ପ୍ରକାଶ ପାଇଥିଲା ।

ବୈଠକରେ ଇଂ. କାର୍ତ୍ତିକ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.