୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର , କୋଭିଡ୍ ଗାଇଡ୍ ଲାଇନ୍ ଜାରି କଲା ବିଏମସି

0 71

– ମନ୍ଦିର ପ୍ରବେଶ ଦ୍ୱାରରେ ଲାଗିବ ରୂପା କବାଟ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧ରୁ ସର୍ବସାଧାରଣଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଖୋଲିବ । ସେଥିପାଇଁ କୋଭିଡ୍ ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) । ମନ୍ଦିରକୁ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଦର୍ଶନାର୍ଥୀ ନେଇଥିବା ୨ଟି ଡୋଜ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ । ଗର୍ଭଗୃହରେ ଦର୍ଶନ ସମ୍ପୂର୍ଣ୍ଣ ବାରଣ ରହିଛି । ଥରକେ ୧୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ସେବାୟତମାନେ ଶ୍ରଦ୍ଧାଳୁଙ୍କଠାରୁ ଭୋଗ ଗ୍ରହଣ କରିପାରିବେ ନାହିଁ । ପ୍ରତ୍ୟେକ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ କରାଯାଇଛି ।

ରୋଗାକ୍ରାନ୍ତ, ବୟସ୍କ, ଗର୍ଭବତୀ, ୧୮ ବର୍ଷରୁ କମ୍ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରା କଟକଣା ଲଗା ଯାଇଛି । ନିୟମ ପାଳନରେ ତ୍ରୁଟି ହେଲେ ମନ୍ଦିର ଖୋଲାଯିବା ନିଷ୍ପତି ପ୍ରତ୍ୟାହାର ହେବ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି ।

ଅପରପକ୍ଷରେ ଶୁକ୍ରବାର ଦିନ ବିଏମସି କମିସନର, ସେବାୟତ ଓ ଏଏସଆଇ କର୍ତୃପକ୍ଷ ଲିଙ୍ଗରାଜ ମନ୍ଦିର ସର୍ବେକ୍ଷଣ କରିଛନ୍ତି । ମନ୍ଦିର ଭିତରେ କଣ କଣ ଅସୁବିଧା ଅଛି ଏବଂ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ କିଭଳି ହୋଇପାରିବ ଆଗକୁ ଆହୁରି ଆଲୋଚନା କରାଯିବ ବୋଲି କହିଛନ୍ତି ବିଏମସି କମିସନର ସଞ୍ଜୟ ସିଂ ।

ସେ କହିଛନ୍ତି, ସେବାୟତ ଓ ଭକ୍ତଙ୍କ ଅସୁବିଧା ଯେଭଳି ନ ହେଉ, ମନ୍ଦିର ଯେମିତି ସୁରକ୍ଷିତ ରହିଛି ଆଗକୁ ଯେମିତି ରହିବ ସେ ନେଇ ବ୍ୟବସ୍ଥା କରାଯିବ । ସେବାୟତମାନେ ଯେଇଁ ଅଭିଯୋଗ ତାକୁ ତଦାରଖ କଲୁ । ମନ୍ଦିର ଓ ପ୍ରଭୁଙ୍କ ସୁରକ୍ଷା ସବୁଠାରୁ ଗୁରୁ ଦାୟିତ୍ୱ । ସିଂହଦ୍ୱାର କବାଟ କାର୍ଯ୍ୟ ଆରମ୍ଭ ହୋଇଛି, ଏଥିରେ ରୁପା ଟ୍ୟାଗିଙ୍ଗ କରାଯିବ ବୋଲି ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି, ଏହାକୁ ଆମେ ଅନୁଧ୍ୟାନ କରୁଛୁ ।

ଏନେଇ ଏ ଏସ ଆଇର ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, କମ୍ପ୍ରିହେନସିଭ କଂଜର୍ଭେସନ ପ୍ଲାନ କରି କାର୍ଯ୍ୟ ଆରମ୍ଭ କରିବୁ । ଏବେ ମନ୍ଦିର ସିଂହଦ୍ୱାରର କାର୍ଯ୍ୟ ଚାଲିଛି । ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ଯୋଜନାକୁ ଅନୁମୋଦନ ମିଳିଛି, କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।

ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି, ଆମେ ରୁପା କବାଟ ପାଇଁ ପ୍ରସ୍ତାବ ଦେଇଥିଲୁ । ଏନେଇ ସରକାର ଓ ଏଏସଆଇର ସହମତି ରହିଛି । ନାଟ୍ୟ ମଣ୍ଡପରେ ଫାଟ, ଶିବଶକ୍ତିରେ ତାର ବାଡ଼ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ, ବିଭିନ୍ନ ମନ୍ଦିରର ପାଣି ଗଳୁଥିବା ସ୍ଥିତି ନେଇ ବିଏମସି କମିସନର ଓ ଏଏସଆଇ କର୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ।

Leave A Reply

Your email address will not be published.