ଗଜପତିରେ ୪୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ପୋଲିସ ଆଖିରେ ଧୂଳି ଦେଇ ଚୋରା ବେପାରୀ ଚମ୍ପଟ

0 72

ପାରଳାଖେମୁଣ୍ଡି : ଗଜପତିରେ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ୪୦ଲକ୍ଷ ଟଙ୍କାର ଗଞେଇକୁ ଜବତ କରିଛି । ହେଲେ ଏହି ଘଟଣାରେ ଚୋରା ଚାଲାଣକାରୀ ପୋଲିସ ଆଖିରେ ଧୂଳିମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ଥାନା ପକ୍ଷରୁ ଗତକାଲି ପେଟ୍ରୋଲିଂ କରୁଥିବା ସମୟରେ ଜରାଉ-ଗୋବିନ୍ଦପୁର ରାସ୍ତାରେ ପୋଲିସକୁ ଦେଖି ଏକ ଭ୍ୟାନ ରାସ୍ତା ମଝିରେ ଅଟକାଇ ଦୈଡି ଚାଲିଯିବା ଦେଖା ଦେଇଥିଲା । ଏଥିରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବାରେ ଏଥିରେ ପ୍ରାୟ ୪୦ଲକ୍ଷ ଟଙ୍କା ଗଞ୍ଜେଇ ଥିବା ଦେଖା ଦେଇଥିଲା । ପୋଲିସ ଗାଡି ସହ ଗଞ୍ଜେଇକୁ ଜବତ କରିଥିଲେ । ଏହି ଗଞ୍ଜେଇର ଓଜନ କରିବାରେ ୬୧୩ କେଜି ୧୫୦ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଏନେଇ ମୋହନା ଥାନାରେ ୧୬୩/୨୧ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.