ପ୍ରଧାନମନ୍ତ୍ରୀ ପିଏମ୍ ଜନ ଧନ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

0 73

-ପ୍ରଧାନମନ୍ତ୍ରୀ ପିଏମ୍ ଜନ ଧନ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ ଖୁସି ବ୍ୟକ୍ତ କଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ଜନ ଧନ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ପିଏମ୍ ଜନ ଧନ ଯୋଜନାକୁ ସଫଳ କରିବାରେ କାର୍ଯ୍ୟ କରିଥିବା ସମସ୍ତଙ୍କ ଅବିଶ୍ରାନ୍ତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏ ନେଇ ଏକାଧିକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଭାରତର ବିକାଶ ଦିଗକୁ ସବୁଦିନ ପାଇଁ ବଦଳାଇ ଦେଇଥିବା ଏକ ପଦକ୍ଷେପ, ପିଏମ୍ ଜନଧନ ଯୋଜନାକୁ ଆଜି ସାତ ବର୍ଷ ପୂରଣ କରିଛି । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସହିତ ଅଗଣିତ ଭାରତୀୟଙ୍କ ସଶକ୍ତୀକରଣକୁ ଏହା ସୁନିଶ୍ଚିତ କରିଛି । ଜନ ଧନ ଯୋଜନା ମଧ୍ୟ ଆହୁରି ସ୍ୱଚ୍ଛତା ଆଣିବାରେ ସହାୟକ ହୋଇଛି ।

ଏହି ଅବସରରେ ଜନ ଧନ ଯୋଜନାକୁ ସଫଳ କରାଇବା ଦିଗରେ କାର୍ଯ୍ୟ କରିଥିବା ତମାମ ଲୋକଙ୍କର ଅବିଶ୍ରାନ୍ତ ଉଦ୍ୟମକୁ ମୁଁ ପ୍ରଶଂସା କରିବାକୁ ଚାହିଁବି । ଭାରତର ଲୋକମାନେ ଯେମିତି ଏକ ଗୁଣଯୁକ୍ତ ଜୀବନ ଜିଇଁବେ, ତାହାକୁ ସେମାନଙ୍କ ପ୍ରୟାସ ସୁନିଶ୍ଚିତ କରିଛି ।’’

Leave A Reply

Your email address will not be published.