ଭିଜିଲାନ୍ସ ଜାଲରେ ବିଜେପୁର ବିଡ଼ିଓ

0 73

-କାରରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ଜବତ

ବରଗଡ଼ : ଭିଜିଲାନ୍ସ ଜାଲରେ ପଡିଛନ୍ତି ବରଗଡ଼ର ବିଜେପୁର ବିଡ଼ିଓ ପଦ୍ମନାଭ ସାମନ୍ତରାୟ । ବିପୁଳ ଟଙ୍କା ସହ ବିଡ଼ିଓଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ଠାରୁ ମୋଟ୍ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଟିମ୍ ତାଙ୍କୁ ସୋନପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଏନେଇ ପଚରା ଉଚରା କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରଖିଛି ।

ବିଜେପୁର ବ୍ଲକର ବିଡ଼ିଓ ଶ୍ରୀ ସାମନ୍ତରାୟ ଏକ ଭଡ଼ା କାର୍ ରେ ଏହି ଟଙ୍କା ନେଇ ଯାଉଥିଲେ । କୌଣସି ସୂତ୍ରରୁ ଏ ସମ୍ପର୍କରେ ଖବର ପାଇ ସୋନପୁର ଭିଜିଲାନ୍ସ ଟିମ୍ ବିନିକା ସେତୁ ନିକଟରେ ଛପି ରହିଥିଲା । କାର୍ କୁ ଅଟକାଇ ଯାଂଚ୍ କରାଯିବା ବେଳେ ଏଥିରୁ ଏହି ଟଙ୍କା ଜବତ ହୋଇଛି । ତେବେ ଲକ୍ଷାଧିକ ଟଙ୍କା ନେଇ ସେ କେଉଁଆଡେ ଯାଉଥିଲେ, ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ତଦନ୍ତ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.