କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୫,୯୮୩ ନୂଆ ମାମଲା

0 102

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୫,୯୮୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୬୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୪୯,୯୪୭ ପହଂଚିଛି ।

ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୬୮,୫୫୮ ଥିବା ବେଳେ ବର୍ତମାନ ସୁଦ୍ଧା ୪,୩୭,୮୩୦ଜଣ ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୭,୫୫,୩୨୭ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୫୧,୮୬,୪୨,୯୨୯ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Leave A Reply

Your email address will not be published.