ଟିଟିଲାଗଡ଼ରେ ଆରଆଇ ଅମିନ ପରୀକ୍ଷା କେନ୍ଦ୍ରକୁ ନେଇ ଦ୍ବନ୍ଦରେ ପରୀକ୍ଷାର୍ଥୀ, ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ଦେଲେ ପରୀକ୍ଷା

0 67

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲାର ସବୁଠୁ ଚାଞ୍ଚଲ୍ୟ ଖେଳାଇଥିବା ଚାକିରି କେଳେଙ୍କାରି ଭିତରେ ଆର ଆଇ ଅମିନ ଚାକିରି ଅନ୍ୟତମ । ଫର୍ଜରି କରି ବହୁତ ପିଲା ଚାକିରି ପାଇଥିଲେ, ଚାକିରି ମଧ୍ୟ କଲେ, କିଛି ବର୍ଷ ବିତିଗଲା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରି ଲାଞ୍ଚ ନେଇ ଚାକିରି ଦେବା ଘଟଣା ଲୋକ ଲୋଚନକୁ ଆସିଥିଲା । କିଛି ବର୍ଷ ପରେ ପୁଣି ଆଉ ଥରେ ଖାଲି ପଡ଼ିଥିବା ଆର ଆଇ ଅମିନ ପଦବୀ ପାଇଁ ପରିକ୍ଷ।ତ୍ରୀ ଫର୍ମ ଦାଖଲ କଲେ । ୨୯ ତାରିଖ ଅର୍ଥାତ୍ ରବିବାର ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ସାମ୍ନାରେ ପରୀକ୍ଷାର୍ଥୀଙ୍କ ପ୍ରବଳ ଭିଡ଼ । ଆଡମିଟ କାର୍ଡ ଧରି ଗେଟ ସମ୍ମୁଖରେ ଲାଗିଲା ଲମ୍ବା ଲାଇନ । ପରୀକ୍ଷା ସମୟ ଯେତିକି ପାଖେଇ ଆସୁଛି ମହାବିଦ୍ୟାଳୟ ଭିତରୁ କିଛି ପ୍ରତିକ୍ରିୟା କି ରୋଲ ନମ୍ବର , କୋଠରୀ ବିଷୟରେ କିଛି ସୂଚନା ନ ମିଳିବା ଯୋଗୁଁ ଧୀରେ ଧୀରେ ପାଟିତୁଣ୍ଡ ବଢିବାରେ ଲାଗିଲା ।

ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ , ଟିଟିଲାଗଡ଼ ଥାନାଧିକାରୀ ରଞ୍ଜନ କୁମାର ବରିହା ଏବଂ ପୋଲିସ ଟିମ ସେଠାରେ ପହଞ୍ଚି ଅସୁବିଧା ବିଷୟରେ ପଚାରି ବୁଝିବାରୁ ପରୀକ୍ଷା କେନ୍ଦ୍ରର ଠିକଣାକୁ ନେଇ ଦ୍ଵନ୍ଦ ଉପୁଜିଥିବା ଜଣାପଡିଥିଲା । ଉପଜିଲ୍ଲାପାଳ ତୁରନ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଗୋଟାଏ ସ୍କୁଲ୍ ବସରେ ବଲାଙ୍ଗିର ପରୀକ୍ଷା କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କଲେ । ତାପରେ ସ୍ଵଳ୍ପ ସମୟ ଥିବାରୁ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ ପୁଣି ଥରେ ଅଧା ବାଟରୁ ଫେରାଇ ପୁଣୀ ସେହି ସ୍କୁଲରେ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରି ଉପସ୍ଥିତ ଥିବା ଛାତ୍ରଛାତ୍ରି ପରୀକ୍ଷା ଦେଇଥିଲେ । କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଲେ ଆଉ କେତେ ଅନୁପସ୍ଥିତ ରହିଲେ ପଛରେ ଜଣା ପଡ଼ିବ । ତେବେ ପ୍ରଶାସନ ତରଫରୁ ନିଆ ଯାଇଥିବା ଉଚିତ ପଦକ୍ଷେପ ଯୋଗୁଁ ବହୁତ ବଡ ସମସ୍ୟାର ସମାଧାନ ହୋଇପାରିଲା । କିନ୍ତୁ ପରୀକ୍ଷା ସମୟ ମଧ୍ୟରେ କେତେ ଲୋକ ନିରାଶ ହୋଇ ଫେରିଲେ ତାହା ପଛରେ ଜଣାପଡ଼ିବ । ପରୀକ୍ଷା କେନ୍ଦ୍ର ଠିକଣା ପାଇଁ ଆଜି ସବୁ ସମସ୍ୟାର ଉତ୍ପତ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.