ବିକଳାନନ୍ଦ କରଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକ

0 64

ସାଲେପୁର : ଓଡିଶା ପ୍ରସିଧ୍ୟ ସାଲେପୁର ରସଗୋଲାର ପ୍ରତିଷ୍ଠାତା ବିକଳାନନ୍ଦ କରଙ୍କ ୫୦ତମ ଶ୍ରାଦ୍ଧ ବାର୍ଷିକ, ବିକଳା ନନ୍ଦ କର ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ସାଲେପୁର ହାଇସ୍କୁଲ ଅଡ଼ିଟୋରିଓମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କିଟର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚୁତ ସାମନ୍ତ ଯୋଗ ଦେଇ ଥିବାବେଳେ, ମୁଖ୍ୟବକ୍ତା ଭାବେ ସମାଜର ଚିଫଆଡ଼ମିନ ଷ୍ଟେଟିଭ ଅଫିସର ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ ବାତ୍ୟା ଓ ବନ୍ୟା ସମୟରେ ସମାଜ ସେବା କ୍ଷେତ୍ରରେ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟର କାର୍ଯ୍ୟକୁ ପ୍ରସଂଶା କରିଥିଲେ । ସନମ୍ମାନନୀୟ ଅତିଥିଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ବିକଳା ନନ୍ଦ କର ଜଣେ ଭଲ ସମାଜ ସେବି ଥିଲେ, ସାଲେପୁର ମାଟି ପାଇଁ ତାଙ୍କର ଭୂମିକା ଅତୁଳନୀୟ । ସଂମାନନୀୟ ବକ୍ତା ଭାବେ ସାଲେପୁର ମହାବିଦ୍ୟାଳୟର ଅଧକ୍ଷା ଡକ୍ଟର ପ୍ରକାସିନି ରାୟ ଯୋଗ ଦେଇଥିଲେ । ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଶାନ୍ତ କର ସଭାପତିତ୍ୱ କରିଥିଲେ ।

Leave A Reply

Your email address will not be published.