ସେପ୍ଟେମ୍ୱର ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

0 49

ଭୁବନେଶ୍ୱର: ସେପ୍ଟେମ୍ୱର ମାସ ପାଇଁ କୋଭିଡ ଗାଇଡଲାଇନ୍ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଅକ୍ଟୋବାର ପହିଲା ସକାଳ ୬ ଘଣ୍ଟା ଯାଏଁ ବଳବତ୍ତର ରହିବ ଏହି କଟକଣା । ନୂଆ ଗାଇଡଲାଇନ୍ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍ । ଏଣିକି ରାତି  ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସବୁ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ବିବାହ, ବ୍ରତୋପନୟନ, ଅନ୍ତେଷ୍ଟି କ୍ରିୟାରେ ସର୍ବାଧିକ ୨୫୦ ଲୋକ ଯୋଗ ଦେଇପାରିବେ  । ବିବାହ ଶୋଭାଯାତ୍ରାରେ ସର୍ବାଧିକ ୫୦ ଲୋକ ଏକତ୍ରିତ ହୋଇପାରିବେ । କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅନୁମତି କ୍ରମେ ଏସବୁ କାର୍ଯ୍ୟ କରାଯାଇପାରିବ । କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ ।

ଶତ ପ୍ରତିଶତ କ୍ଷମତାକୁ ନେଇ ଖୋଲିବ ମଲ ଓ ସିନେମା ହଲ । ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ୍ ନିୟମ ମାନି ଖୋଲିପାରିବ ।ରାତ୍ରୀକାଳିନ କର୍ଫ୍ୟୁ ବେଳେ ଜରୁରୀ ସେବା ଜାରି ରହିବ । ରାତ୍ରୀ କାଳିନ କର୍ଫ୍ୟୁ ସମୟରେ ସାଧାରଣ ଚଳପ୍ରଚଳ ହେବ ନାହିଁ । ଷ୍ଟେସନ ଓ ଏୟାରପୋର୍ଟକୁୁ ଟିକେଟ୍ ଦେଖାଇ ଯାତ୍ରୀ ଯାଇପାରିବେ । ଏହି ସମୟରେ ଓଲା, ଉବେର, ଖାଦ୍ୟର ହୋମ୍ ଡେଲିଭରି ହୋଇପାରିବ । ତେବେ ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ ବୋଲି ଏସଆରସି କହିଛନ୍ତି  ।

Leave A Reply

Your email address will not be published.