ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ : ସ୍ମାର୍ଟ ହେଲା ଆଉ ୧୦ ହାଇସ୍କୁଲ

0 69

ହିଞ୍ଜିଳିକାଟୁ : ଅଗଷ୍ଟରୁ ଆରମ୍ଭ ହୋଇଥିବା ମାରାଥନ ସ୍ମାର୍ଟ ବିଦ୍ୟାଳୟର ଲୋକାର୍ପଣ ଅଭିଯାନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ସୋମବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ରୂପାନ୍ତରିତ ହୋଇଥିବା ୧୦ଟି ଉଚ୍ଚବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଯୋଗେ ଉଦ୍ଘାଟନ କରିଛନ୍ତି । ସୋମବାର ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହିଞ୍ଜିଳି ପଞ୍ଚାୟତ ସମିତି ଅଧିନସ୍ଥ ୩ଟି ବିଦ୍ୟାଳୟ ଯଥା ଖରିଡା ଉଚ୍ଚବିଦ୍ୟାଳୟ, ମକରଝୋଳ ଉଚ୍ଚବିଦ୍ୟାଳୟ, ବଡ଼ଖଣ୍ଡିସ୍ଥିତ ସତ୍ୟଭାମା ବିଦ୍ୟାପୀଠ ଏବଂ ଶେରଗଡ଼ ପଞ୍ଚାୟତ ସମିତି ଅଧିନସ୍ଥ ୭ଟି ବିଦ୍ୟାଳୟ ଯଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପାକିଡି, କାଞ୍ଜିଆମା ଉଚ୍ଚବିଦ୍ୟାଳୟ, ରାମଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟ, ମହାତ୍ମା ଗାନ୍ଧୀ ଉଚ୍ଚବିଦ୍ୟାଳୟ, ଶେରଗଡ଼, ବରମୁଣ୍ଡୁଳୀ ଉଚ୍ଚବିଦ୍ୟାଳୟ, ବ୍ରାହ୍ମଣଛାଇ ଉଚ୍ଚବିଦ୍ୟାଳୟ, ପିତ୍ତଳ ବାଳିକା ଉଚ୍ଚବିଦ୍ୟାଳୟକୁ ଲୋକାର୍ପିତ କରାଯାଇଛି । ଖରିଡ଼ା ଉଚ୍ଚବିଦ୍ୟାଳୟରେ ଶ୍ରମ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା, ଗ୍ରାମୀଣ ବିକାଶ ମନ୍ତ୍ରୀ ସୁଶାନ୍ତ ସିଂହ, ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ମକରଝୋଳ ଉଚ୍ଚବିଦ୍ୟାଳୟରେ କେନ୍ଦୁଝର ସାଂସଦଚନ୍ଦ୍ରାଣୀ ମୁର୍ମୁ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସତ୍ୟଭାମା ବିଦ୍ୟାପୀଠ, ବଡ଼ଖଣ୍ଡିରେ ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ,କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ।

ସେହିପରି ଶେରଗଡ଼ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପାକିଡିରେ ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ରାଜ୍ୟସଭା ସାଂସଦ ଡଃ. ସସ୍ମିତ ପାତ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, କାଞ୍ଜିଆମା ଉଚ୍ଚବିଦ୍ୟାଳୟରେ ବସ୍ତ୍ର, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ରାମଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ,ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମହାତ୍ମା ଗାନ୍ଧୀ ଉଚ୍ଚବିଦ୍ୟାଳୟ,ଶେରଗଡ଼ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ, ବରମୁଣ୍ଡୁଳୀ ଉଚ୍ଚବିଦ୍ୟାଳୟରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବ୍ରାହ୍ମଣଛାଇ ଉଚ୍ଚବିଦ୍ୟାଳୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବକା, ପିତ୍ତଳ ବାଳିକା ଉଚ୍ଚବିଦ୍ୟାଳୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ, ଉପ-ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରଶାସନିକ ଅଧିକାରୀ,ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ.ମନୋରଞ୍ଜନ ସାହୁ, ହିଞ୍ଜିଳି ଥାନାଧିକାରୀ ଅଭିମନ୍ୟୁ ଦାସ ଓ ଶେରଗଡ଼ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଲୋକାର୍ପିତ ହୋଇଥିବା ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସେହିପରି ଆସିଥିବା ବିଧାୟକମାନେ ହିଞ୍ଜିଳିକାଟୁ ପୋରାଞ୍ଚଳର ବିଭିନ୍ନ ଜନହିତକର ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ । ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କ ଗସ୍ତ ସମୟରେ ପୌର ପରିଷଦର କର୍ମଚାରୀମାନେ ପ୍ରକଳ୍ପ ସ୍ଥାନଗୁଡିକରେ ଉପସ୍ଥିତ ରହି ଅତିଥିମାନଙ୍କୁ ପ୍ରକଳ୍ପର କାର୍ଯ୍ୟକାରିତା ବାବଦରେ ବୁଝାଇ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ. ରଘୁନାଥ, ଶେରଗଡ଼ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ହିଞ୍ଜିଳି ବ୍ଲକ ଯୁବ ବିଜେଡି ସଭାପତି ମନୋଜ କୁମାର ସାବତ, ପୂର୍ବତନ ଉପ-ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ନଗର ବିଜେଡି ସଭାପତି ଭୀମସେନ ବେହେରା, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ସରୋଜ କୁମାର ପଣ୍ଡା, ବିଜୁ ଛାତ୍ର ଜନତା ଦଳ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ୟାରୀ ମୋହନ ପାଢ଼ୀ, ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମନ୍ତ୍ରୀ ଓ ବିଧାୟକମାନଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.