ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଓଡିଶା ଆସୁଥିଲା ଗଞ୍ଜେଇ, ଧରିଲା ଏନସିବି୮୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

0 71

ସମ୍ବଲପୁର : ତେଲ ଟ୍ୟାଙ୍କର ନଂ (ଏନ୍ଏଲ୍-୦୨-ଏନ-୧୯୭୧)ରେ ଗଞ୍ଜେଇ ଚାଲାଣ ହେଉଥିଲାବେଳେ ସୋମବାର ସଂନ୍ଧ୍ୟାରେ ଏନସିବି (ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ) ହାତରେ ଧରା ପଡ଼ିଛି । ଏହି ଗଞ୍ଜେଇ ଆନ୍ଧ୍ରରୁ ରାଉରକେଲା ଅଣାଯାଉଥିଲା ବେଳେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏନସିବି ଭୁବନେଶ୍ବର ଶାଖାର ଅଧିକାରୀମାନେ ଏହାର ପିଛା କରି ଜାତୀୟ ରାଜପଥ ନଂ ୫୩ର ଅଇଁଠାପଲ୍ଲି ଛକ ନିକଟରେ ଏହାକୁ ଜବତ କରିଛନ୍ତି । ଟ୍ୟାଙ୍କରରୁ ୮୫୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଏନସିବି ।

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରର ବିଜୟନଗରମରୁ ଏହି ବିପୁଳ ପରିମାଣର ଗଞ୍ଜେଇ ରାଉରକେଲାକୁ ଚୋରା ଚାଲାଣ ହେଉଥିଲା । ତେବେ ରାସ୍ତାରେ ପୁଲିସ ଆଖିରୁ ଧୂଳି ଦେଇ ଖସିଯିବା ପାଇଁ ଏଭଳି ଅଭିନବ ଉପାୟ ଆପଣାଇ ବିଫଳ ହୋଇଥିଲେ ଅଭିଯୁକ୍ତ । ଅଭିଯୁକ୍ତ ୨ ଜଣ ପଶ୍ଚିମବଙ୍ଗର ସରଙ୍ଗାବାଦର ରାମ ସାଗର ସିଂ (୬୦) ଓ ସନ୍ତୋଷ ରାୟ (୨୮) ବୋଲି ପୋଲିସ କହିଛି । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଏନଡିପିଏସ୍ ଆକ୍ଟରେ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.