ବ୍ରିଜ୍ ତଳେ ପଡିଥିବା ବ୍ୟାଗରୁ ଜୀବିତ ନବଜାତ ପୁତ୍ର ଉଦ୍ଧାର

0 79

ବଲାଙ୍ଗିର : ବଲାଙ୍ଗିର ରେଳଷ୍ଟେସନ ନିକଟ ବ୍ରିଜ୍ ତଳେ ପଡିଥିବା ଏକ ବ୍ୟାଗ୍ ଭିତରୁ ଜୀବିତ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଏହି ନବଜାତ ଶିଶୁପୁତ୍ରଟିକୁ ବ୍ୟାଗ୍ ରେ ପୁରାଇ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ସ୍ଥାନୀୟ କିଛି ମହିଳା ଏହା ଦେଖିବା ପରେ ତନ୍ମଧ୍ୟରୁ ଜଣେ ମହିଳା ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଭର୍ତି କରିଥିଲେ । ସେଠାରେ ଏହି ନବଜାତ ଶିଶୁପୁତ୍ରର ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଶିଶୁଟି ସୁସ୍ଥ ହେବା ସିଡବ୍ଲୁସି ନିକଟରେ ପ୍ରଡ୍ୟୁସ୍ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.