ଟିଟିଲାଗଡ଼ରେ ଧୁମଧାମରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

0 71

ଟିଟିଲାଗଡ଼ : ସୋମବାର ଦିନ ପ୍ରଭୂ ଶ୍ରି କୃଷ୍ଣଙ୍କ ଜନ୍ମୋତ୍ସବ ଅତି ଧୁମଧାମରେ ପାଳନ କରାଯାଇଛି । ସହରର ଠିକାଦାର ପଡ଼ା, ରଘୁନାଥ ପଡ଼ାର ରାଧାକୃଷ୍ଣ ମନ୍ଦିରରେ ମନ୍ଦିର କମିଟି ଦ୍ବାରା ଅତି ସୁନ୍ଦର ଲାଇଟ ମାଳା ସହ ଭିତର ପଟକୁ ଫୁଲ ଦ୍ଵାରା ଅତି ସୁନ୍ଦର ଭାବରେ ସାଜସଜ୍ଜା କରିଥିଲେ । ସୋମବାର ଦିନ ପ୍ରଭୂ ଦ୍ୱୟଙ୍କୁ ସ୍ନାନ କରାଇ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କ ଜନ୍ମ ସମୟକୁ ଅପେକ୍ଷା କରିଥିଲେ । ରାତି ୧୨ ଟାରେ ଶ୍ରୀକୃଷ୍ଣ ଜନ୍ମ କରିବା ପରେ ଶ୍ରଦ୍ଧାଳୁ ମାନେ ଖୁସି ମନାଇ ଅବିର ଖେଳିଥିଲେ । ମଙ୍ଗଳବାର ପ୍ରଭୂ ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ପାଳନ କରାଯାଇଥିଲା । ଏଥିରେ ଶ୍ରଦ୍ଧାଳୁ ମାନେ ଝୁଲଣାରେ ପ୍ରଭୂ ଶ୍ରୀ କୃଷ୍ଣଙ୍କୁ ଝୁଲାଇ ପ୍ରଭୁଙ୍କ ଶରଣରେ ନିଜର ଦୁଃଖ ସମର୍ପି ଦେଇଥିଲେ । ଜଗତ ଉଦ୍ଧାର ସହ ଖୁସି, ଆନନ୍ଦ, ସୁଖ ସମସ୍ତଙ୍କୁ ପ୍ରାପ୍ତ ହେଉ ବୋଲି ସମସ୍ତେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ । ରଘୁନାଥ ପଡ଼ା ରାଧାକୃଷ୍ଣ ମନ୍ଦିରରେ ପ୍ରଭୁଙ୍କ ପାଖରେ ଛପନ ଭୋଗ ଲଗାଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରଯାଇଥିଲା । ସହରର ଅନ୍ୟାନ୍ୟ ମନ୍ଦିର ମାନଙ୍କରେ ମଧ୍ୟ ଏହି ଜନ୍ମାଷ୍ଟମୀ ପାଳନ କରାଯାଇଥିଲା ।

Leave A Reply

Your email address will not be published.