ଟିଟିଲାଗଡ଼ରେ ମୁକ୍ତିଧାମ ଲୋକାର୍ପଣ ହେଲାପରେ ମଧ୍ୟ ଝୁଲୁଛି ତାଲା

0 64

-ଉପଜିଲ୍ଲାପାଳ କହିବା ପରେ ଖୋଲିଲା ତାଲା କିନ୍ତୁ ବିଳମ୍ବ ଯୋଗୁଁ ପଛପଟେ କଲେ ଅନ୍ତିମ ସଂସ୍କାର

ଟିଟିଲାଗଡ଼ : ରାଜ୍ୟ ସରକାର ଲୋକଙ୍କ ଜନହିତ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି । ରାଜ୍ୟର କେତେକ ଅଞ୍ଚଳରେ ଭଲ ମୁକ୍ତିଧାମ ନିର୍ମାଣ ମଧ୍ୟ କରାଗଲା, ତନ୍ମଧ୍ୟରୁ ଟିଟିଲାଗଡ଼ ମୁକ୍ତି ଧାମ ମଧ୍ୟ ଅନ୍ୟତମ । ପ୍ରାୟ ୭୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଏକ ବହୁତ ବଢିଆ ମୁକ୍ତିଧାମ ନିର୍ମାଣ ହେଲା । ୨୬ ଜୁଲାଇ ୨୦୨୧ ରେ ଅର୍ଥାତ ଗୋଟିଏ ମାସରୁ ଉର୍ଦ୍ଧ୍ବ ସମୟ ହେଲା ପରେ ମଧ୍ୟ ଜନସାଧାରଣ ଏହି ମୁକ୍ତି ଧାମ ଭିତରେ ଶବ ସତ୍କାର କରିପାରିନାହାନ୍ତି । ଆଗ ଭଳି ମୁକ୍ତି ଧାମ ପଛ ପଟେ ହିଁ ଶବ ସତ୍କାର କରିବା କେତେ ଦୂର ଠିକ୍ ?

ବୁଧବାର ଦିନ ସ୍ଥାନୀୟ ହାଟପଦାପଡ଼ା ନିବାସୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ବାପାଙ୍କ ବିୟୋଗରେ ଶବ ସତ୍କାର ପାଇଁ ମୁକ୍ତିଧାମକୁ ନିଆଗଲା । ସେଠାର ଦାୟିତ୍ୱରେ ଥିବା ଯୁବକ ତାଲା ଖୋଲିବାକୁ ମନା କରିବାରୁ ପଛପଟେ ଥିବା ସ୍ଥାନରେ ଶବ ସତ୍କାର କରାଗଲା । ସେହି ସମୟରେ ଉପସ୍ଥିତ ଥିବା ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ବାସିନ୍ଦାମାନେ ମିଡ଼ିଆ ଏବଂ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗଙ୍କୁ ଖବର ଦେବାପରେ ଶ୍ରୀବାଗ ଉପଜିଲ୍ଲାପାଳଙ୍କ ସହ କଥା ହୋଇ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ । ସେତେବେଳକୁ ପଛପଟେ ଶବଦାହ ପାଇଁ ପ୍ରସ୍ତୁତି ସରି ଯାଇଥିଲା । ଏଠାରେ ପ୍ରଶ୍ନ ଉଠେ ଯେ ଲୋକଙ୍କ ପାଇଁ ଲୋକାର୍ପିତ ହେବା ପରେ ମଧ୍ୟ ଶବ ପୋଡ଼ା ହୋଇ ନ ପାରିବା କଣ ଠିକ୍ କଥା ? ଲୋକାର୍ପଣ କାହା ପାଇଁ ? ପ୍ରଶାସନ ଏ ଦିଗରେ ଜନସାଧାରଣ କିପରି ହଇରାଣ ଆଗକୁ ନ ହେବେ ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.