ସାର ଅଭାବକୁ ନେଇ ବିଜେଡିର ବିକ୍ଷୋଭ

0 82

ଭୁୁବନେଶ୍ୱର : ରାଜ୍ୟରେ ସାରର ଅଭାବ ପ୍ରସଙ୍ଗକୁ ନେଇ ବୁଧବାର ଦିନ ବିଜୁ କୃଷକ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଛି । ଏଥିସହ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟର ସ୍ମାରକପତ୍ର ପ୍ରଦାନ କରିଛି ।

ବିଜେଡି ଅଭିଯୋଗ କରିଛି ଯେ କେନ୍ଦ୍ରରୁ ଆବଶ୍ୟକ ସାର ଆସୁନଥିବାରୁ ରାଜ୍ୟରେ ସାରର ଅଭାବ ଦେଖା ଦେଇଛି । ଯାହା ଫଳରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆବଶ୍ୟକ ସାର ପାଇଁ ଦାବି କରି କେନ୍ଦ୍ରକୁ କୃଷି ମନ୍ତ୍ରୀ ଚିଠି ଲେଖିଛନ୍ତି । ମରୁଡ଼ି ସମୟରେ ଚାଷୀ ହତାଶ ହେଉଥିବା ବେଳେ କେନ୍ଦ୍ରର ଏହି ଅବହେଳାକୁ ତୀବ୍ର ବିରୋଧ କରିଛି ବିଜେଡି ।

ରାଜ୍ୟପାଳଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଯୋଜନା ବୋର୍ଡ ଉପାଧ୍ୟକ୍ଷସଂଜୟ ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ପ୍ରମୁଖ ରହିଥିଲେ । ସେହିପରି ଏହି ସମାବେଶରେ ଦଳର ବହୁ ବିଧାୟକ , ପୂର୍ବତନ ବିଧାୟକ, ଛାମୁଆ ସଂଗଠନ ସଭାପତି, ଛାତ୍ରନେତା ମାନେ ସାମିଲ ଥିଲେ ।

Leave A Reply

Your email address will not be published.