ବନ ବିଭାଗର ଚଢ଼ଉ ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ

0 64

କନ୍ଧମାଳ : ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ବୁଧବାର ଏକ ଜୀବନ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିବା ସହ ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ବନ ବିଭାଗର ମିଳିତ ଟିମ୍ । ଚୋରା ଚାଲାଣ ପାଇଁ ସଜବାଜ ସମୟରେ ଗ୍ରାହକ ବେଶରେ ମାଡି ବସିଲା ବନ ବିଭାଗର ଦଶ ଜଣିଆ ଟିମ୍ । ବାଲିଗୁଡା ବନଖଣ୍ଡର ଡ଼ିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦେଶ ଅନୁଯାୟୀ, ଦୁଇ ଜଣ ଏ.ସି.ଏଫଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ଟିମ୍ ବାଲିଗୁଡା ରେଞ୍ଜ ମିଡ଼ିଆକିଆ ଗାଁରେ ପହଂଚିଥିଲେ । ଗ୍ରାହକ ଭାବେ ବଜ୍ରକାପ୍ତାର ଡ଼ିଲ୍ କରିବା ବାହାନାରେ ଚଢ଼ଉ କରିଥିଲେ ।

ଏହି ଘଟଣାରେ କୋଟଗଡ଼ ଥାନା ପାରିଗଡ଼ ଗାଁର ଭୀମସେନ ବଡ଼ସେଟ, ଟିକାବାଲିର ସୀତାଂଶୁ ମୁଖୀ, ମହାଶିଙ୍ଘ ଗ୍ରାମର ମହାଦେବ ବେହେରଦଳାଇ, ଜଙ୍ଗୁଗାଁର ଶୁକଦେବ ଦିଗାଲ ମୋଟ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କନ୍ଧମାଳ ଜିଲ୍ଲାରେ ବଜ୍ରକାପ୍ତା ରାକେଟ ସକ୍ରିୟ ହୋଇଥିବା ନେଇ ବନ ବିଭାଗ ସନ୍ଦେହ କରୁଛି ।

Leave A Reply

Your email address will not be published.