ମୁକୁନ୍ଦପୁର ଠାରେ ମାଓ ଚିଠି ବ୍ୟବସାୟୀ ଛାନିଆ

0 65

କୋଲନରା ୨/୦୯  : ୨୧ ବର୍ଷ ପରେ ମାଓବାଦୀଙ୍କ କାର୍ଯ୍ୟକଳାପ ସହ ହିଂସା  ବନ୍ଦ ଥିବା ବେଳେ ପୁଣି ଥରେ ମୁକୁନ୍ଦପୁର ଅଞ୍ଚଳରେ ନିୟମଗିରି ଡିଭିଜନ ମାଓ କମିଟି ସକ୍ରିୟ ହେଉଥିବା ମିଳିଥିବା ଏକ ଚିଠି ମାଧ୍ୟମରେ ଦେଖିବାକୁ ମିଳିଛି। ଏହି ଚିଠି ଦେଖି ମୁକୁନ୍ଦପୁର ଗ୍ରାମର ବ୍ୟବସାୟୀ ମାନଙ୍କ ମଧ୍ୟରେ କକୁଆ ଭୟ ଛାଇ ଯାଇଥିବା ବେଳେ ପୁଣିଥରେ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ପୂର୍ବ ସ୍ଥିତିକୁ ଫେରିବ ନାହିଁ ତୋ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ମିଳିଥିବା ପତ୍ରରେ ଉଲ୍ଲେଖ ରହିଛି କି, ମୁକୁନ୍ଦପୁର ଗ୍ରାମରେ ଯେତେସବୁ ବ୍ୟବସାୟୀ ବାହାରୁ ଆସି ବ୍ୟବସାୟ କରି  ନିରୀହ ଆଦିବାସୀ ମାନଙ୍କୁ ଠକି, ଚଢା ଦରରେ ଲୁଟି ନିଜର ସମ୍ପତ୍ତି ବଢ଼େଇ ନିଜ ପରିବାର ପ୍ରତିପୋଷଣ କରି ନିଜେ ଖୁସି ମନଉଥିବା ଖବର ଅଛି, ତେଣୁ ସବୁ ବ୍ୟବସାୟୀ ୧ ଲକ୍ଷ ଟଙ୍କା ଚାନ୍ଦା କରି ଆମ ଡିଭିଜନକୁ ଦେବାକୁ ହେବ, ଯଦି ଦେବନାହିଁ କିମ୍ବା ପୋଲିସକୁ ଖବର ପହଞ୍ଚାଇଲେ ଧ୍ୱଂସ କରିଦେବୁ ବୋଲି ପତ୍ରରେ ଉଲ୍ଲେଖ ରହିଛି ଏବଂ ଏକ ଲକ୍ଷ ପହଞ୍ଚାଇବା ପାଇଁ ହାତୀଖମ୍ବା ଗ୍ରାମ ନିକଟରେ ଥିବା ଶିବ ମନ୍ଦିରରେ ଗୁରୁବାର ଅପରାହ୍ନ ୩ଟା ସମୟରେ ଟଙ୍କା ପହଞ୍ଚେଇବା ଠିକଣା ଦେଇଥିବା ବେଳେ ଯଦି ଟଙ୍କା ପହଞ୍ଚିବ ନାହିଁ ତାହେଲେ ଶୁକ୍ରବାର ରାତି ପରିସ୍ଥିତି ଭୟାବହ ହେବ ବୋଲି ପତ୍ରରେ ଉଲ୍ଲେଖ ରହିଛି। ସୂଚନା ଥାଉକି, ୨ ହଜାର ମସିହା ବେଳେ ମାଓବାଦୀଙ୍କ ତାଣ୍ଡବଲୀଳାରେ କିଛି ନିରୀହ ଲୋକ ଏବଂ ଜଣେ ପୂର୍ବତନ ସରପଞ୍ଚ ନିହତ ହୋଇଥିବା ବେଳେ କିଛି ମାଓବାଦୀ ମଧ୍ୟ ଯବାନଙ୍କ ଗୁଳିରେ ଟଳି ପଡ଼ିଥିଲେ। ଏତେସବୁ ଘଟଣା ପରେ କିଛି ବ୍ୟବସାୟୀ ମାନେ ନିଜ ପ୍ରାଣ ବଞ୍ଚେଇବାକୁ ଯାଇ ବହୁତ ଲୋକ ମୁକୁନ୍ଦପୁର ଅଞ୍ଚଳ ଛାଡି ଚାଲି ଯାଇଛନ୍ତି। ବର୍ତ୍ତମାନ ମୁକୁନ୍ଦପୁର ଅଞ୍ଚଳ ଶାନ୍ତରେ ରହିଥିବା ବେଳେ ଦୀର୍ଘ ୨୧ ବର୍ଷ ପରେ ପୁନର୍ବାର ମାଓବାଦୀଙ୍କ ଦୃଷ୍ଟି ମୁକୁନ୍ଦପୁର ଅଞ୍ଚଳରେ ପଡିଥିବା ଅନୁମାନ କରାଯାଉଛି। ମିଳିଥିବା ଏହି ପତ୍ରକୁ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି ଜବତ କରି ତଦନ୍ତ ଚଲେଇବା ସହ ଭାରପ୍ରାପ୍ତ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ମୁକୁନ୍ଦପୁର ଫାଣ୍ଡିକୁ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଗାମୀ ଦିନରେ ଯଦି ନିୟମଗିରି ଡିଭିଜନ ମାଓବାଦୀ କମିଟି ଯଦି ସକ୍ରିୟ ହୁଏ ମୁକୁନ୍ଦପୁର ଜନଶୂନ୍ୟ ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହିଭଳି ପରିସ୍ଥିତି ନ ଉପୁଜିବା ସହ କୌଣସି ଧନଜୀବନ ନଷ୍ଟ ହେବା ପୂର୍ବରୁ  ପୁନର୍ବାର ସିଆରପିଏଫ ବାଟାଲିୟନକୁ ମୁକୁନ୍ଦପୁର ଫାଣ୍ଡିରେ ମୁତୟନ କରିବାକୁ ଦାବି ହୋଇଛି। ଭାରପ୍ରାପ୍ତ ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ଏହି ଘଟଣାକୁ କେଉଁଭଳି ଭାବରେ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବେ ସମୟ ହିଁ କହିବ।

Leave A Reply

Your email address will not be published.