କେନ୍ଦୁପତ୍ର ଚୋରି ଅଭିଯୋଗରେ ରେ ୨ ଅଟକ

0 65

ମ.ରାମପୁର:୨/୯: କଳାହାଣ୍ଡି ଜିଲ୍ଲା କେସିଙ୍ଗା କେନ୍ଦୁଲିପ ରେଞ୍ଜ ଅନ୍ତର୍ଗତ ଏକାତରା ପତ୍ରଫୋଡ଼ି ରୁ ଶନିବାର ବିଳମ୍ବିତ ରାତ୍ର ସମୟରେ ୨୪.୧୫ କ୍ଵିଣ୍ଟାଲ କେନ୍ଦୁପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଗତ ଆଗଷ୍ଟମାସ ୨୮ତାରିଖ ରାତ୍ରି ସମୟ ରେ ଉକ୍ତ ପତ୍ରଫୋଡ଼ି ରେ କିଛି ଶ୍ରମିକ କେନ୍ଦୁପତ୍ର ଗୁଡ଼ିକୁ ବସ୍ତାରେ ପୁରେଇ ରଖୁଥିଲେ ଠିକ୍ ରାତ୍ରି ୧ ଟା ସମୟରେ ୧୨ ରୁ ୧୫ ଜଣ ଦୁର୍ବୃତ ବାଇକ୍ ଯୋଗେ ଆସିବା ସହ ସାଙ୍ଗରେ ଏକ ୧୦ ଚକିଆ  ଟ୍ରକ୍ ଆଣି ସେଠାର କାମ କରୁଥିବା ଶ୍ରମିକ ମାନଙ୍କୁ ବନ୍ଧୁକ ଓ ଛୁରା ଦେଖେଇ ବନ୍ଦୀ କରିବା ସହ ତାଙ୍କ ମୋବାଇଲ୍ ଗୁଡ଼ିକୁ ଜବତ କରିନେଇଥିଲେ । ଓ ପରେ ପୂର୍ବରୁ ଭର୍ତ୍ତି ଥିବା ବଡ ସାଇଜ ୪୦ ବସ୍ତା ଓ ଛୋଟ ସାଇଜ ୩ ବସ୍ତା କେନ୍ଦୁପତ୍ର ଗୁଡ଼ିକୁ ଟ୍ରକ ରେ ଭର୍ତି କରି ଫେରାର ମାରିଥିବା ଜଣା ପଡିଛି। ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ବଡ଼ ଧରଣର ଡକାୟତି ଘଟି ଯାଇଥିଲେ ମଧ୍ୟ କିପରି ଭାବେ ପତ୍ରଫଡି ଦାୟିତ୍ଵ ରେ ଥିବା ଚେକର, ମନସୀ ଓ କେନ୍ଦୁଳିପ ଫରେଷ୍ଟର ଡକାୟତି ର ଟେର୍ ପାରିଲେନି  ତାହା ତଦନ୍ତ ସାପେକ୍ଷ! ଯାହା ଅନୁମାନ କରା ଯାଉଚି ଏହା ଏକ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଡକାୟତି ହୋଇଥାଇପାରେ ବୋଳି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହା ପରେ  ଖବର ପାଇ କେସିଙ୍ଗା କେନ୍ଦୁଲିପ ରେଞ୍ଜ ଅଞ୍ଚଳର ରେଞ୍ଜର ଶ୍ରୀ ଦଇତାରୀ ନାଏକ ରବିବାର ମ.ରାମପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ମ. ରାମପୁର ପୁଲିସ କେସ ନମ୍ବର ୧୬୯/୨୦୨୧ ରେ ମାମଲା ରୁଜୁ କରି ଉକ୍ତ ପତ୍ରଫୋଡ଼ି ରେ କାମ କରୁଥିବା ନୂଆପଡ଼ା ଜିଲ୍ଲା ଲଖନା ଗ୍ରାମର ଗଜିନ୍ଦ୍ର ତାଣ୍ଡି ଓ ଅନିଲ ତାଣ୍ଡି କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.