୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

0 67

ପାରଳାଖେମୁଣ୍ଡି, ୨ା୯ : ଗଜପତିରେ ଚୋରା ଗଞ୍ଜେଇ କାରବାରକୁ ରୋକିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଅବକାରୀ ଓ ପୋଲିସ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି ଅବକାରୀ ବିଭାଗ ଏହି ଜିଲ୍ଲାର ନାରାୟଣପୁର ନିକଟରେ ପ୍ରେଟ୍ରୋଲିଂ କରୁଥିବା ବେଳେ ରାୟଗଡ ଠାରୁ ଅଡାସିଂକୁ ଦ୍ରୃତଗତିରେ ଏକ ମହେନ୍ଦ୍ର ପିକଅପ୍ ଓଆର୍ ୦୭ଜେଡ୍ ୭୫୫୪ ନମ୍ବର ବିଶିଷ୍ଟ ଗାଡିଟି ଆସୁଥିଲା । ସନ୍ଦେହରେ ଏହାକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଏଥିରେ ୧୫୦କେଜି ୪୫୦ଗ୍ରାମର ଗଞ୍ଜେଇ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଘଟଣାରେ ଗାଡିକୁ ଜବତ କରିବା ସହ ଚୋରାଚାଲଣକାରୀ ଜାଦାଗୁଡା ଗ୍ରାମର ଯୋଶବନ୍ତ ରଇତକୁ ଗିରଫ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏନେଇ ଏକ ମକଦ୍ଦମା ରୁଜୁ କରାଯାଇ ଚୋରାଚାଲାଣକାରୀକୁ କୋର୍ଟକୁ ଚାଲାଣ କରାଯାଇଛି ।

Leave A Reply

Your email address will not be published.