ଖୁରାସାନ ଟାର୍ଗେଟରେ କର୍ଣ୍ଣାଟକ-କାଶ୍ମୀର

0 70

ନୂଆଦିଲ୍ଲୀଳ : ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ ଖୁରାସାନ ଭାରତ ଉପରେ ଆକ୍ରମଣ କରିପାରେ । ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଇସାରାରେ ଆକ୍ରମଣ କରିପାରେ ଇସଲାମିକ୍ ଷ୍ଟେଟ୍ ଖୁରାସାନ । ଏଥିପାଇଁ ଖୁରାସାନ କର୍ଣ୍ଣାଟକ ଓ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ସହ ସମ୍ପର୍କ କରିଥିବା ଜଣାପଡ଼ିଛି । ଆଫଗାନିସ୍ତାନରେ ଆତ୍ମଘାତୀ ହମଲା ପରେ ନୂଆ ଷଡ଼ଯନ୍ତ୍ର ରଚିଛି ଆଇଏସକେପି । ଆଇଏସଆଇ ଇସାରାରେ ଆଉ ଏକ ରକ୍ତାକ୍ତ ସଂଘର୍ଷ ପାଇଁ ଉଦ୍ୟମ ଚାଲିଛି । ଏଥିପାଇଁ ଭାରତରେ ଥିବା ଆତଙ୍କବାଦୀଙ୍କ ସହ ସେମାନେ ସମ୍ପର୍କରେ ଅଛନ୍ତି ।

ଗୁଇନ୍ଦା ରିପୋର୍ଟ ଅନୁସାରେ, ଇସଲାମିକ ଷ୍ଟେଟ ଭାରତରେ ଥିବା ତାର ସହଯୋଗୀଙ୍କୁ ବିସ୍ଫୋଟକ ଓ ଛୋଟ ଅସ୍ତ୍ରଶସ୍ତ୍ର କିଣିବାକୁ କହିଛି । ଏଥିପାଇଁ ଆଇଏସ୍ ଟଙ୍କା ଯୋଗାଇ ଦେବ । ଷଡ଼ଯନ୍ତ୍ର ନେଇ ଗୁଇନ୍ଦା ସୂଚନା ପରେ କର୍ଣ୍ଣାଟକ ଓ କାଶ୍ମୀରରୁ ଧରାପଡ଼ିଥିବା ଲୋକଙ୍କୁ ଗୁଇନ୍ଦା ଓ ସୁରକ୍ଷା ଅଧିକାରୀ ପଚରାଉଚରା କରିଛନ୍ତି । ସମ୍ଭାବ୍ୟ ଆକ୍ରମଣ ନେଇ ହୋଇଥିବା ଷଡ଼ଯନ୍ତ୍ରରେ ସେମାନେ ସାମିଲ୍ ଥିବା ମାନିଛନ୍ତି । ଆଇଏସ୍- ଖୁରାସାନା ଟାର୍ଗେଟରେ ରାଇଟ୍ ୱିଙ୍ଗ ଲିଡର୍ସ, ମନ୍ଦିର, ପଶ୍ଚିମ ଦେଶ ସହ ଜନଗହଳିପୂର୍ଣ୍ଣ ଅଞ୍ଚଳ ରହିଛି । ଖୁରାସାନ ବିଦେଶୀଙ୍କୁ ମଧ୍ୟ ଟାର୍ଗେଟ୍ କରିପାରେ । ଗୁଇନ୍ଦା ବିଭାଗ ଏନେଇ ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ କରିଛି । ଟାର୍ଗେଟ୍ କିଲିଂ ସହ ଆଇଇଡି ବିସ୍ଫୋରଣ ପାଇଁ ଖୁରାସାନ ଯୋଜନା କରିଥିବା ଜଣାପଡ଼ିଛି । ବିଗତ ଦିନରେ ଏନ୍ଆଇଏ ଜମ୍ମୁକାଶ୍ମୀର ଓ କର୍ଣ୍ଣାଟକରୁ ଆଇଏସ୍ଆଇଏସ୍ ଲୋକଙ୍କୁ ଗିରଫ କରିଥିଲା । ସେବେଠୁ ହିଁ ଏଭଳି କିଛି ଷଡ଼ଯନ୍ତ୍ର ନେଇ ଆଶଙ୍କା କରାଯାଉଥିଲା ।

Leave A Reply

Your email address will not be published.