କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଚାଲି ପାରିଲାନି ବିଧାନସଭାର ପ୍ରଥମାର୍ଧ ବୈଠକ

0 64

-ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ପ୍ରସଙ୍ଗ ଉଠାଇଲେ

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ତୃତୀ ଦିନରେ ବି ଆଜି ଆରମ୍ଭରୁ କଂଗ୍ରେସ ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳକୁ ଏ଼ଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଫଳରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଶୂନ୍ୟକାଳ ଓ ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇପାରି ନାହିଁ ।

ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କହିଥିଲେ । ମାତ୍ର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ନିଜ ଆସନରେ ଠିଆ ହୋଇ ଷ୍ଟାଫ ସିଲେକ୍ସନ କମିଟିରେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ଏହା ଅତ୍ୟନ୍ତ ଗୁରତର ବିଷୟ ଓ ଏଥିରେ ତୃତୀୟ ମହଲାର ସଂପୃକ୍ତିକୁ ଏଡାଇ ଦିଆ ଯାଇ ନ ପାରେ । ଏହା ପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଚାରିଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.