କୋଟପାଡ଼ ବ୍ଲକ ଧାମଣାହାଣ୍ଡିରେ ଏକ୍ସନ ମୋଡ଼ରେ ପୋଲିସ ଓ ଅବକାରୀ ବିଭାଗ ଜୋରଦାର ଚଢ଼ାଉ, ୫ ଗିରଫ

0 65

କୋଟପାଡ଼ : ଗତକାଲି ଧାମଣାହାଣ୍ଡି ପଞ୍ଚାୟତ ର ଶତାଧିକ ମହିଳା କୋଟପାଡ଼ ଥାନା ଓ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ, ଆଜି ଏକ୍ସନ ମୋଡ଼ରେ କୋଟପାଡ଼ ପୋଲିସ ଓ ଅବକାରୀ ବିଭାଗ । ଧାମଣାହାଣ୍ଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫୧ ଲିଟର ଦେଶୀ ମଦ ଜବତ କରିଥିବା ସହ ୫ ଜଣଙ୍କୁ ଗିରଫ କରିଥିବା ଖବର ହସ୍ତଗତ ହୋଇଛି । ମଦ୍ୟପାନ ଦ୍ୱାରା ସୃଷ୍ଟି ହେଉଥିବା  ସମସ୍ୟା ଯୋଗୁଁ  ଗତକାଲି କୋଟପାଡ଼ ବ୍ଲକ ଧାମଣାହାଣ୍ଡି ପଞ୍ଚାୟତର ମହିଳାମାନେ ପୋଲିସ ଓ ଅବକାରୀ ବିଭାଗ ସହାୟତାରେ ଧାମଣାହାଣ୍ଡିଠାରେ ବିଭିନ୍ନ ମଦ ବିକ୍ରି ଓ ତିଆରି ହେଉଥିବା ସ୍ଥାନରେ ଚଢ଼ାଉ କରି ୫୧ ଲିଟର  ମଦ ଜବତ କରିଥିବା ସହ ପାଞ୍ଚଜଣଙ୍କୁ ବେଆଇନ ମଦ ବିକ୍ରି ପାଇଁ ଗିରଫ କରାଯାଇଥିବା ଖବର ମିଳିଛି । ଧାମଣାହାଣ୍ଡି ପଞ୍ଚାୟତର ମା ଭଉଣି ମାନେ ବହୁ ଥର ମଦ ବନ୍ଦ ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ ଓ ଏ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଠାରୁ ଆରମ୍ଭ କରି ପ୍ରଶାସନଙ୍କୁ  ମଧ୍ୟ ବାରମ୍ବାର ଅବଗତ କରେଇ ଆସୁଥିଲେ । କିନ୍ତୁ ଏହି ପ୍ରୟାସର କିଛି ଫଳ ମିଳୁନଥିବା ଯୋଗୁଁ ବାଧ୍ୟ ହୋଇ ଗତକାଲି ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନର ମଧ୍ୟ ଚେତାବନୀ ଦେବା ପରେ ଏକ୍ସନ ମୋଡ଼ରେ ଆସିଛି କୋଟପାଡ଼ ପୋଲିସ ଓ ଅବକାରୀ ବିଭାଗ ।

ଆଜି ସ୍ୱୟଂ ସହାୟକ ଗ୍ରୁପ ସଦସ୍ୟ ଓ ଗାଁ ର ସରପଞ୍ଚଙ୍କ ସହାୟତାରେ ଧାମଣାହାଣ୍ଡି ଠାରେ ବିକ୍ରି କରୁଥିବା ମଦ ବେପାରୀମାନଙ୍କୁ ପୋଲିସ ମଦ ତିଆରି କରିବା ସମୟରେ ଓ ମୋଦ ବିକ୍ରି କରୁଥିବା ସମୟରେ  ପୋଲିସ ଧରି ଥିଲା ଓ ସେମାନଙ୍କ ନାମରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଥିଲା । କିଛି ମଦ ବେପାରୀ ପୋଲିସର ଉପସ୍ଥିତିକୁ ଜାଣିପାରି ଗ୍ରାମରୁ ଫେରାର ହୋଇ ଯାଇଥିଲେ । ଗ୍ରାମର ମହିଳା ମାନେ ମଦ ବିକ୍ରି କରୁଥିବା ଅସାମାଜିକ ଓ ବେଆଇନ ମଦ ବିକ୍ରି କରୁଥିବା ଲୋକଙ୍କ ଘରେ ପଶି ମଦକୁ ଫୋପାଡ଼ି ଦେବା ସହ ମଦ ତିଆରି ସାମଗ୍ରୀକୁ ନିଆଁ ଲଗାଇ ଦେଇଥିଲେ । ଗ୍ରାମର ମହିଳାମାନେ ମଦ ଵ୍ୟଵସାୟୀମାନଙ୍କୁ ଚେତାଵନୀ ଦେଇ ଥିଲେ ମଦ ବ୍ୟଵସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ । ଯଦି ମଦ ବନ୍ଦ ନ ହୁଏ ତା ହେଲେ ସେମାନଙ୍କ ମଦ ବିରୋଧୀ  ଆନ୍ଦୋଳନ ଏମିତି ହି ଜାରି ରହିବ । ଧାମଣାହାଣ୍ଡିର ମହିଳା ମାନଙ୍କ ଏପରି କାରନାମାକୁ ବହୁ ମାତ୍ରାରେ ସାଧାରଣ ଜନତା ପ୍ରଶଂସା କରିଥିଲେ ଓ ବେଆଇନ ମଦବେପାରୀଙ୍କ ମଧ୍ୟରେ ଛନକା ପଶିଯାଇଥିବା ଦେଖାଦେଇଛି । ତେବେ ଦେଖିବାକୁ ବାକି ରହିଲା ଏହି ମଦ ବିରୋଧୀ ଆନ୍ଦୋଳନର ପ୍ରଭାବ ଅନ୍ୟ ଅଞ୍ଚଳ ଉପରେ କଣ ପଡୁଛି ।

Leave A Reply

Your email address will not be published.