ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ

0 69

ହରିଚନ୍ଦନପୁର : ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ସକାଳ ସମୟରେ ଏହି ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ ନେଇଛି । ମିଳିଥିବା ଖବର ଅନୁଯାୟୀ, ଠାକୁରପଡା ଗ୍ରାମପଞ୍ଚାୟତ ରାଇଡିହା ଗ୍ରାମର ମୂରଲୀଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକଙ୍କ ପ୍ରସବ ବେଦନା ଯୋଗୁଁ ଶୁକ୍ରବାର ରାତି ୧ଟା ସମୟରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶନିବାର ସକାଳ ୬ଟା ସମୟରେ ପ୍ରଥମ ସନ୍ତାନ ଭାବେ ଏହି ଅଦ୍ଭୁତ ଦୁଇଟି ମସ୍ତକ ଥିବା ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ସେଥିମଧ୍ୟରୁ ଗୋଟିଏ ମସ୍ତକ ଜୀବିତ ଥିବା ବେଳେ ପ୍ରାୟ ୧ଘଣ୍ଟା ପରେ ଉକ୍ତ ସନ୍ତାନର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଦ୍ଭୁତ ପୁତ୍ର ସନ୍ତାନକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଏହି ନବଜାତ ପୁତ୍ର ସନ୍ତାନର ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଉକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଅ।ଯିବାକୁ ଦାବି ହେଉଛି ।

Leave A Reply

Your email address will not be published.