ୟୁରିୟା ସାର ଅଭାବ: ଚିନ୍ତାରେ ଚାଷୀ!

0 69

ଏପଟେ କଳାବଜାରୀ ରୋକିବାରେ ପ୍ରଶାସନ ବିଫଳ

ମ.ରାମପୁର ୪/୯(ଡିକେ ନ୍ୟୁଜ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ସାର କଳା ବଜାରୀ ରୋକିବା ଦିଗରେ ସଚେତନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କହୁଛନ୍ତି । ସାର କଳାବଜାରୀ ଯେମିତି ନହେବ ସେଥପାଇଁ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସରକାରୀ ଦରରେ ସାର ଯୋଗାଇବା ଦାଇତ୍ୱ ମଧ୍ୟ ଦେଇଛନ୍ତି । ମାତ୍ର ସମବାୟ ସମିତି କୁ ସାର ଆସୁନଥିବା ଯୋଗୁଁ ଚାଷୀ ଏବେ କଲାବଜାରି ର ଶିକାର ହେଉଛନ୍ତି। ସମୟ ଥିଲା ଚାଷୀମାନେ କ୍ଷେତରେ ଧାନ ନ ବୁଣିବା ଆଗରୁ ଗୋବର ଖତ ଜମିରେ ପକାଉଥିଲେ । ପରେ ଧାନ ବୁଣା/ରୁଆ କରୁଥିଲେ।ଓ ଭଲ ବର୍ଷା ହେଲେ ଦୁଇଗୁଣା ଫସଲ ଅମଳ ମଧ୍ୟ ପାଉଥିଲେ । ଏହି ଗୋବର ଖତ ଭଲ ଭାବରେ ଥରେ ପ୍ରୟୋଗ କଲେ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ଧାନ ଅମଳ ହେଉଥିଲା । କିନ୍ତୁ ଏହି ଅଞ୍ଚଳରେ ଗାଈ ଗୋରୁ ଅଭାବ ପରିଲକ୍ଷିତ ହୋଇଯାଇଛି । ବର୍ତମାନ କୌଣସି ଚାଷୀଙ୍କ ଘରେ ଗାଈଗୋରୁ ନଥିବା କହିଲେ ଚଳେ । କାଁ ଭାଁ ଅଳ୍ପ ଚାଷୀଙ୍କ ଘରେ ଗାଈ ଗୋରୁ ଅଛି । ଯାହାଫଳରେ ଅଞ୍ଚଳର ଲୋକେ ଦୀର୍ଘ ବର୍ଷ ହେଲା ରାସାୟନିକ ସାର ର ପ୍ରୟୋଗକୁ ଆଦରି ନେଇଛନ୍ତି । ଏହି ରାସାୟନିକ ସାର ଯଥା – ୟୁରିଆ, ଡିଏପି, ପଟାସ, ଗ୍ରୋମର ଇତ୍ୟାଦି ପ୍ରୟୋଗ ପ୍ରତିବର୍ଷ ନକଲେ ଧାନ ଫସଲ ହେବାର ପ୍ରଶ୍ନ ଉଠୁନାହିଁ । ଚାଷୀ ମାନେ ବାଧ୍ୟ ହୋଇ ଏହି ରାସାୟନିକ ସାରକୁ ପ୍ରୟୋଗ କରି ଆସୁଛନ୍ତି । ମୁଖ୍ୟ କଥା ହେଲା ଏ ବର୍ଷ ବର୍ଷା ଅଭାବରୁ ଅଣ ଜଳସେଚିତ ଜମି ରେ ମରୁଡ଼ି ଆଶଙ୍କା ସୃଷ୍ଟି ହେଉଥିବା ବେଳେ ଜଳସେଚିତ ଜମି ଗୁଡ଼ିକ ପାଇଁ ସାର ର ଅଭାବ ଦେଖା ଦେଇଛି। ରାଜ୍ୟ ସରକାର ସମବାୟ ସମିତି ଆପଣଙ୍କ ଦ୍ଵାରରେ କହି ଡିଙ୍ଗୁରା ପିଟୁଛନ୍ତି। ଓ କେନ୍ଦ୍ର ଅବହେଳା କହୁଛନ୍ତି। ସମବାୟ ସମିତି ମାଧ୍ୟମରେ ସମସ୍ତ ଚାଷୀ ଧାନ ବିହନ ସହିତ ସମସ୍ତ ପ୍ରକାର ସାର ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରୁଛନ୍ତି । କିନ୍ତୁ ସମବାୟ ସମିତି କାର୍ଯ୍ୟାଳୟରେ ମଧ୍ୟ ସାର ମିଳୁନାହିଁ । ଚଳିତ ବର୍ଷ ଅନ୍ୟ ସାର ଅପେକ୍ଷା ୟୁରିଆ ସାରର ଘୋର ଅଭାବ ପରିଲକ୍ଷିତ ହୋଇଛି । ଯାହାଫଳରେ କଳା ବେପାରୀ ମାନେ ଚଢ଼ାଦରରେ ୟୁରିଆ ସାରକୁ ବିକ୍ରୟ କରୁଥିବା ବେଳେ ଗତ ୧ ମାସ ରୁ ଅଧିକ ଦିନ ହେଲା ଚାଷୀଙ୍କୁ ପ୍ରଯ୍ୟାପ୍ତ ପରିମାଣ ରେ ୟୁରିଆ ସାର ମିଳୁନଥିବା ଅଭିଯୋଗ ହୋଇଛି । ଏ ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳିପାରୁନାହିଁ । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.