ସାମାଜିକ ସୁରକ୍ଷା ଯୋଜନାରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିଛି ବେଦାନ୍ତ

0 66

ଲାଞ୍ଜିଗଡ଼, (ଡି କେ ନ୍ୟୁଜ): ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼ ଭାରତ ସରକାରଙ୍କ ଅଭିଳଷିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ନୀତି ଆୟୋଗ ଅଧିନରେ ଗରିବ ଲୋକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଦେବାରେ କାର୍ଯ୍ୟ କରୁଛି । ଦୂରବର୍ତି ଅଞ୍ଚଳଗୁଡ଼ିକରେ ରହୁଥିବା ଗୋଷ୍ଠୀକୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବେଦାନ୍ତ ପ୍ରୟାସ କରୁଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସହଯୋଗରେ ବେଦାନ୍ତ ବେଣାଗାଁ ଓ ଲାଞ୍ଜିିଗଡ଼ର ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଯେଉଁଥିରେ ୧୨୦ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ବ୍ୟାଙ୍କର କର୍ମଚାରୀମାନେ ଗୋଷ୍ଠୀର ସଦସ୍ୟମାନଙ୍କୁ ବୀମା ପ୍ରମାଣ ପତ୍ର ବଣ୍ଟନ କରିଥିଲେ ଓ ବୀମା କଭରେଜ ପାଇଁ କଣ କରିବା ଓ ନକରିବା ବିଷୟରେ ବୁଝାଇଥିଲେ । ଉପସ୍ଥିତ ଥିବା ଲୋକମାନଙ୍କୁ ମଧ୍ୟ ଏହାର ପ୍ରସାର ପାଇଁ କହିଥିଲେ । କମ୍ପାନି ପ୍ରୟାସରେ ବର୍ତମାନ ସୁଦ୍ଧା ୬୦୦ ଲୋକଙ୍କୁ ଉଭୟ ଯୋଜନାରେ ନାମାଙ୍କିତ କରାଯାଇଛି, ଏହା ଦ୍ୱାରା ସେମାନେ ବୀମା କଭର ସହ ଦୁର୍ଘଟଣା ଜନିତ ୨୦୦୦୦୦ଟଙ୍କାର ବୀମା ସିୁବିଧା ପାଇପାରିବେ । କମ୍ପାନି ୨୦୨୨ ବର୍ଷ ସୁଦ୍ଧା ୨୦୦୦ ଲୋକଙ୍କୁ ନାମାଙ୍କିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପ ସଂପର୍କରେ ଶ୍ରୀ ଜିଜି ପାଲ, ଡେପୁଟି ସିଇଓ- ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଥିଲେଯେ- ଆମର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ସ୍ଥାନୀୟ ଲୋକମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ବହୁ ପ୍ରକାର ଜନକଲ୍ୟାଣ କାର୍ଯ୍ୟକ୍ରମ ଦ୍ୱାରା ଆମେ ସମାଜରେ ସ୍ଥାନୀୟ ଲୋକମାନଙ୍କ ଜୀବନର ମାନରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛୁ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ କେତେକ ସାମଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସମାଜର ଗରିବ ଲୋକମାନଙ୍କୁ ସାମିଲ କରି ପାରିଲେ ଲୋକମାନେ ଉପକୃତ ହୋଇପାରିବେ । ଲୋକମାନଙ୍କୁ ଉକ୍ତ ଯୋଜନାଗୁଡ଼ିକରେ ସାମିଲ କରିବା ଲାଗି ଆମେ ବ୍ୟାଙ୍କ ମଧ୍ୟରେ ପରାମର୍ଶ କରିବୁ । ମିସ ସୁକାନ୍ତି ମାଝୀ, ସରପଞ୍ଚ, ବେଣାଗାଁ ଗ୍ରାମ ପଂଚାୟତ ଓ ଶ୍ର୍ରୀ ବିବି ଶତପଥୀ, ସହକାରୀ ବ୍ଲକ ଡେଭଲପମେଣ୍ଟ ଅଫିସର- ଲାଞ୍ଜିିଗଡ଼ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଲାଞ୍ଜିଗଡ଼ର ରାଜାପଡ଼ା ଗ୍ରାମର ସୁମିତା ଚନ୍ଦନ ଉଭୟ ଯୋଜନାରେ ନିଜକୁ ନାମାଙ୍କିତ କରି କହିଥିଲେ ଯେ- ପୂର୍ବରୁ ଆମେ ଏହି ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଜାଣି ନଥିଲୁ । ଏଥି ପାଇଁ ବେଦାନ୍ତକୁ ଧନ୍ୟବାଦ । ମୁଁ ଜାଣେ ମୋ ପରିବାରର ଆର୍ଥିକ ଦାୟିତ୍ୱ ମୋର ପିଲାମାନେ ବୁଝିବେ ତଥାପି କୌଣସି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଏହା ଆମ ପାଇଁ ସୁରକ୍ଷା ଯୋଗାଇବ । ନୀତି ଆୟୋଗର ଜିଲ୍ଲା କାର୍ଯ୍ୟକ୍ରମ ଅଧିନରେ ବେଦାନ୍ତ ସ୍ୱାସ୍ଥ୍ୟ ଓ ପୁଷ୍ଟିକର, ଶିକ୍ଷା, କୃଷି, ଜଳ ସମ୍ପଦ ଓ ଆର୍ଥିକ ଓ ଦକ୍ଷତା ବିକାଶ ସହ ମୌଳିକ ଭିତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଛି ଯାହା ଲାଞ୍ଜିଗଡ଼ ବାସିନ୍ଦାଙ୍କ ଜୀବନରେ ଉଲ୍ଲେଖନୀୟ ପ୍ରଭାବ ପକାଇବ । ବେଦାନ୍ତ ଗୋଷ୍ଠୀ ପାଇଁ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ଯେଉଁଥିରେ ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଗୁଣମାନର ଶିକ୍ଷା, ଜଳ, ପରିମଳ ପ୍ରଭୃତି ସୁବିଧା ଜରିଆରେ ଲୋକମାନଙ୍କ ଜୀବନମାନରେ ଉନ୍ନତି ଆଣିବାକୁ ପ୍ରୟାସ କରାଯାଉଛି । ବେଦାନ୍ତ ଆଖପାଖ ଅଞ୍ଚଳରେ ପ୍ରାୟ ୬୦ଟି ଗ୍ରାମରେ ପହଞ୍ଚି ପାରିଛି । ଏହା ୩୦୫ର ସ୍ୱୟଂ ସହାୟକ ଗୋଷ୍ଠୀ ଜରୀଆରେ ୩୦୦୦ରୁ ଅଧିକ ମହିଳମ।।ନଙ୍କୁ ସ୍ୱାବଲମ୍ବୀ କରାଇ ପାରିଛି ଓ ବର୍ଷକୁ ପ୍ରାୟ ୬୦୦୦୦ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରୁଛି । ୨୮୦୦ ଛାତ୍ର ଛାତୀ ବେଦାନ୍ତ ଠାରୁ ଶିକ୍ଷା ସହାୟତା ପାଉଛନ୍ତି । ଗୋଷ୍ଠୀରେ ୫.୪ ଲକ୍ଷ ବୃକ୍ଷ ରୋପଣ କରାଯାଇଛି ଓ ୫୦୦ରୁ ଅଧିକ ଭିତିଭୂମି ବିକାଶ କାର୍ଯ୍ୟ କରାଯାଇଛି । ବେଦାନ୍ତ ହେଉଛି ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓ ମେଟାରଲଜିକାଲ ଗ୍ରେଡରେ ଅଗ୍ରଣୀ ନିର୍ମାତା । ୨୦୦୭ ଠାରୁ କମ୍ପାନି ଲାଞ୍ଜିଗଡ଼ରେ ଆଲୁମିନା ରିଫାଇନାରୀରୁ ୨ ଏମଟିପିଏ ପରିଚାଳନା କରୁଛି ଓ ୯୦ ମେୱା କ୍ୟାପଟିଭ ପାୱାର ପ୍ଲାଣ୍ଟ ସ୍ଥାପନ କରିଛି । ଆସନ୍ତାକାଲି ସବୁଜ ପାଇଁ ଆଲୁମିନିୟମର ପ୍ରୟୋଗକୁ ଭବିଷ୍ୟତର ଧାତୁ ଭାବରେ କରିବାର ଲକ୍ଷ୍ୟ ପୂରଣ କରିଛି ।

Leave A Reply

Your email address will not be published.