ତିନି ଦିନରେ ୩ ନାବାଳିକା ନିଖୋଜ

0 78

ଗଞ୍ଜାମ : ତିନି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପୋଲସରା ଅଂଚଳରୁ ୩ ଜଣ ନାବାଳିକା ନିଖୋଜ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁଯାୟୀ, ଅଗଷ୍ଟ ୨୯ ତାରିଖ ଦିନ ପୋଲସରା ପଚାଂୟତ ସମିତି ଅଧିନ ଢ଼ୁଙ୍କାପଡ଼ା ଗ୍ରାମର ଜଣେ ନାବାଳିକା ରାତ୍ରିଭୋଜନ ସାରି ଘରେ ଶୋଇଥିଲେ, ପରଦିନ ସକାଳୁ ସେ ନିଖୋଜ ଥିଲେ । ଏନେଇ ପୋଲସରା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଅଗଷ୍ଟ ୩୧ ତାରିଖ ଦିନ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ବଡ ଝିଅ କେଉଁଆଡେ ଚାଲି ଯାଇଥିବା ବେଳେ ୪ ଦିନ ତଳେ ଅନ୍ୟ ଜଣେ ନାବାଳିକା ମଧ୍ୟ ଘରୁ ନିଖୋଜ ଅଛନ୍ତି । ଘଟଣାର ତଦନ୍ତ ଜାରୀ ରହିଥିବା ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.