ଆସନ୍ତା ବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ

0 70

-ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବକୁ ପାଂଚ ବର୍ଷ ବିିତିଲେ ସୁଦ୍ଧା କେନ୍ଦ୍ର ସରକାର ନେଇ ନାହାନ୍ତି ପଦକ୍ଷେପ

ଭୁବନେଶ୍ୱର : ଆସନ୍ତା ବର୍ଷରୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଏ ନେଇ ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ , ୨୦୨୨-୨୩ ରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଶହେ ଏମବିବିଏସ୍ ସିଟ୍ ଓ ୫୦୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି । ୨୭୧ ଜଣଙ୍କୁ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବା ନେଇ ବ୍ୟବସ୍ଥା କରାଯାଉଛି । ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ମେଡିକାଲ କଲେଜ ପ୍ରସ୍ତୁତି କରାଯାଉଛି । ସେପ୍େଟମ୍ବର ୨୬ ତାରିଖ ସୁଦ୍ଧା ରାଜ୍ୟ ସରକାର ମେଡିକାଲ ସିଟ୍ ପାଇଁ ଆବେଦନ କରିବେ ।

ସେ କହିଛନ୍ତି ଯେ ହାଛଡ଼ା ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ କହିଛନ୍ତି, ପାଂଚ ବର୍ଷ ବିତିଯାଇଥିଲେ ବି ଏ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଦ୍ୱିତୀୟ ଏମ୍ସ ନେଇ ରାଜ୍ୟ ସରକାର ୨୦୦ ଏକର ଜମି ଏବଂ ଡିଏମଫ ଫଣ୍ଡରୁ ଟଙ୍କା ଏବଂ ସମସ୍ତ ସାହାଯ୍ୟ ସହଯୋଗ କରିବେ ପ୍ରତିଶ୍ରୁତି ଦେଇଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.