ନନ୍ଦନକାନନ ସିଂହ ସଫାରୀରେ ଦବିଗଲା ବସ୍

0 68

ବାରଙ୍ଗ :   ନନ୍ଦନକାନନ ସିଂହ ସଫାରୀରେ ଦବିଗଲା ବସ୍ । ଖବର ପାଇ କର୍ତ୍ତୃପକ୍ଷ ଆଉ ଏକ ବସ ଯୋଗେ ଘଟଣାସ୍ଥଳରେ ପହଁଚି, ପର୍ଯ୍ୟଟକଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏହାସହ ଦୂର୍ଘଟଣାଗ୍ରସ୍ତ ବସକୁ ସଫାରୀ ମଧ୍ୟରୁ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି । ସୂଚନା ଅନୁସାରେ, ମଙ୍ଗଳବାର  ଦିନ ୧୨ଟା  ସମୟରେ ନନ୍ଦନକାନନ ସଫାରୀ ବସ ୩୩ ପର୍ଯ୍ୟଟକଙ୍କୁ ବସାଇ ସିଂହ ସଫାରୀ ଭିତରକୁ ଯାଇଥିଲା । ବୁଲିବା ସମୟରେ ମୋରମ ରାସ୍ତାରେ ବସଟି ଦବି ଯାଇଥିଲା । ଏହି ସମୟରେ ଦୁଇଟି ସିଂହ ବସର ଅତି ନିକଟରେ ଥିଲେ । ବସ ଭିତରେ ଥିବା  ଗାଇଡଙ୍କ ଉପସ୍ଥିତି ବୁଦ୍ଧି ପ୍ରୟୋଗ ଯୋଗୁ ପର୍ଯ୍ୟଟକମାନେ ବିଚଳିତ ନହୋଇ ଚୁପଚାପ୍ ବସି ରହିଥିଲେ । ଖବର ପାଇ କର୍ତ୍ତୃପକ୍ଷ  ସିଂହ ମାନଙ୍କୁ, ଫିଡିଂ ଚାମ୍ବରକୁ ନେଇ   ଯାଇଥିଲେ । ପରେ ଆଉ ଏକ ବସକୁ ସଫାରୀ ମଧ୍ୟକୁ ପଠାଯାଇ ସମସ୍ତ ପର୍ଯାଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.