ବଂଶଧାରାରେ ଭାସିଗଲେ ୨ନାବାଳକ

0 72

ପାରଳାଖେମୁଣ୍ଡି, ୧୧ା୯ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ମହକୁମାରେ ଥିବା ବଂଶଧାରା ନଦୀକୁ ଶୌଚ ପାଇଁ ଯିବା ବେଳେ କୌଣସି କାରଣରୁ ୨ଜଣ ନାବାଳକ ଗତ ୯ ତାରିଖ ଦିନ ଭାସି ନିଖୋଜ ଥିଲେ । ଗତକାଲି ଜଣକ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଖବର ଲେଖିବା ସୁଦ୍ଧା ଅନ୍ୟ ନାବାଳକଙ୍କ ପତ୍ତା ମିଳି ନାହିଁ । ଘଟଣାରୁ ପ୍ରକାଶ, ଗତ ୯ ତାରିଖ ରାତିରେ ୨ଜଣ ନାବାଳକ ସେମାନଙ୍କ ଘରୁ ନିଖୋଜ ଥିଲେ । ସେମାନେ ହେଲେ କାଶୀନଗରର ଟାଟା କଲୋନୀର ରଂଜନ ସ୍ୱାଇଁ ଓ ଗଣେଶ । ଏମାନଙ୍କ ପରିବାର ବର୍ଗଙ୍କ ଦ୍ୱାରା କାଶୀନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ସକାଳ ସମୟରେ ପୋଲିସ କାଶୀନଗର ପଞ୍ଚମୁଖୀ ବୀର ହନୁମାନ ମନ୍ଦିର ନିକଟସ୍ଥ ବଂଶଧାରା ନଦୀ ପଠାରୁ ଏହି ଦୁଇ ନାବାଳକଙ୍କ ସାଇକେଲ, ଚପଲ ଓ ପୋଷାକ ଆଦି ଦେଖିବାକୁ ପାଇଥିଲେ । ସନ୍ଦେହରେ ପୋଲିସ ଦମକଳ ବାହିନୀ ଦ୍ୱାରା ଖୋଜା ଖୋଜି କରିବା ପରେ ବଂଶଧାରା ନଦୀ ପଠାରୁ ନାବାଳକ ରଂଜନ ସ୍ୱାଇଁଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ହେଲେ ନିଖୋଜ ଅନ୍ୟ ନାବାଳକ ଗଣେଶର ପତ୍ତା ବର୍ତ୍ତମାନ ସୁଦ୍ଧା ମିଳି ପାରି ନାହିଁ । ଦମକଳ ବାହିନୀ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ବାରମ୍ବାର ବଂଶଧାରା ନଦୀର ବିଭିନ୍ନ ଅଞ୍ଚଳରେ ଖୋଜୁ ଥିଲେ ସୁଦ୍ଧା ଦ୍ୱିତୀୟ ନାବାଳକ ଗଣେଶର କୌଣସି ପତ୍ତା ମିଳି ପାରି ନାହିଁ । ଘଟଣାଟି କାଶୀନଗର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିବା ସହ ୨ଗୋଟି ନାବାଳକଙ୍କ ନିଖୋଜ ଘଟଣାରେ ଜଣକର ମୃତ ଦେହ ମିଳିବା ଏବଂ ଅନ୍ୟ ଜଣଙ୍କ ପତ୍ତା ନ ମିଳିବା ନେଇ ଲୋକେ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.