ଗଞ୍ଜାମ ଜିଲ୍ଲା ପରିଦର୍ଶନ କଲେ ମୁଖ୍ୟ ସଚିବ

0 67

ଛତ୍ରପୁର,୧୧ ।୯: ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗଞ୍ଜାମ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିଥିଲେ । ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପ, ମା ତାରାତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଅଗ୍ରଗତି ପରଖିବା ସହିତ ସମୀକ୍ଷା କରିଥିଲେ । ଜଉଗଡ଼ ଐତିହାସିକ ପର୍ଯ୍ୟଟନ ସ୍ଥଳ, କାଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବଗିଚା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଶାସନ ଆମ୍ବଗାଁ, ଦୂରବନ୍ଧ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର ସ୍ପୋର୍ଟସ୍ ଏରୋନା ଏବଂ ରାମଲିଙ୍ଗେଶ୍ୱର ପୋଖରୀ ପରିଦର୍ଶନ କରିଥିଲେ । ପରିଦର୍ଶନ ପରେ ସମୀକ୍ଷା କରିଥିଲେ ଓ କହିଥିଲେ ଯେ ବହୁମୁଖୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ଘଡ଼କା ଜଳସ୍ରୋତ ଯାହା ଋଷିକୂଲ୍ୟା ନଦୀ ସହିତ ସଂଯୋଗ ଅଛି ସେହି ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ବ୍ରହ୍ମପୁର ଅଞ୍ଚଳ, କୁକୁଡ଼ାଖଣ୍ଡି ଏବଂ ରଙ୍ଗେଇଲୁଣ୍ଡା ବ୍ଳକର ୭୫୦୦୦ଜନସଂଖ୍ୟାକୁ ୮.୨୫ ଏମ୍ଏଲ୍ଡ଼ି ଜଳ ଯୋଗାଇବ । ଏହା ବ୍ୟତୀତ ଏହା କୁକୁଡ଼ାଖଣ୍ଡି ତହସିଲରେ ୬୦୦ ହେକ୍ଟର ଜମିକୁ ଜଳସେଚନ କରିବ । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୭୨.୦୬ କୋଟି, ଏହି ବୃହତ୍ତ ପ୍ରକଳ୍ପ ଜୁଲାଇ ୨୦୨୨ ପୂର୍ବରୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ସବୁ କ୍ଷେତ୍ରରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ମହାପାତ୍ର ମଧ୍ୟ ତାରାତାରିଣୀ ମନ୍ଦିରର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅଗ୍ରଗତି ଦେଖିଥିଲେ । କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ହେଲା ଏବଂ ପ୍ରକଳ୍ପ ଫାଷ୍ଟ ଟ୍ରାକରେ ରଖାଗଲା । ଏହି ପ୍ରକଳ୍ପ ମନ୍ଦିର ଗଠନକୁ ମଜବୁତ କରିବା, ମନ୍ଦିର ଭିତର ଓ ବାହାରେ ସୌନ୍ଦର୍ଯ୍ୟ କରଣ ପାଇଁ ଯୋଜନା ଚାଲିଛି ଏହା ପର୍ଯ୍ୟଟକ ଏବଂ ପରିଦର୍ଶକମାନଙ୍କ ପାଇଁ ସୁବିଧା ସୃଷ୍ଟି କରିବ । ପ୍ରକଳ୍ପର ବିଭିନ୍ନ ଉପାଦାନ ସମାପ୍ତି ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଜଣାଇଥିଲେ । ପରେ ଶ୍ରୀ ମହାପାତ୍ର ଜଉଗଡ଼ ଠାରେ ସଂରକ୍ଷଣ ଏବଂ ପର୍ଯ୍ୟଟନ ବିକାଶ ପ୍ରକଳ୍ପର କ୍ଷେତ୍ର ସ୍ତରର ଅଗ୍ରଗତି ସମୀକ୍ଷା କରିଥିଲେ । କାଳେଶ୍ୱର ଉଦ୍ୟାନର ବିକାଶ ପ୍ରକଳ୍ପ, ଶାସନ ଆମ୍ବଗାଁରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ, ହିଞ୍ଜିଳିକାଟୁ ଏବଂ ଦୂରବନ୍ଧ ଉଚ୍ଚ ବିଦ୍ୟାଳୟର ପରିବର୍ତ୍ତନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଦେଖିଥିଲେ । ମୁଖ୍ୟ ସଚିବ ବ୍ରହ୍ମପୁର କ୍ରୀଡ଼ା ମଞ୍ଚର ବିକାଶ ଏବଂ ରାମଲିଙ୍ଗେଶ୍ୱର ଟ୍ୟାଙ୍କରେ ବିକାଶ ପ୍ରକଳ୍ପର ଅଗ୍ରଗତି ମଧ୍ୟ ଦେଖିଛନ୍ତି । ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରି ପ୍ରତ୍ୟେକ ପରିବାରକୁ ପାଇପ୍ ପାନୀୟ ଜଳ ଯୋଗାଣ, ଜଳସେଚନ, ଇନ୍-ଷ୍ଟ୍ରିମ୍ ବ୍ୟାରେଜ୍ ଏବଂ ରିଙ୍ଗ୍-ରୋଡ଼ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଟି.ଆଓ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନେ୍ଧ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର କମିଶନର ଡ.ସିଦେ୍ଧଶ୍ୱର ବୋଦାର ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ୱ.କୀର୍ତ୍ତି ଭାସନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ସମୀକ୍ଷା ବୈଠକରେ ନିଜ ନିଜର ତଥ୍ୟ ରଖିଥିଲେ ।

Leave A Reply

Your email address will not be published.