ଅନୁଗୁଳ ଏବଂ ତାଳଚେର ମଧ୍ୟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

0 71

-୧୨ ଟ୍ରେନ୍ ବାତିଲ, ୮ଟି ଟ୍ରେନର ଗତିପଥ ବଦଳିବା ନେଇ ସୂଚନା ଦେଲା ପୂର୍ବ ତଟ ରେଳପଥ

ଭୁବନେଶ୍ୱର : ଅନୁଗୁଳ ଏବଂ ତାଳଚେର ରୋଡ ସିଙ୍ଗଲ ଲାଇନ ରେଳ ବିଭାଗ ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହା ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ବିଭାଗରେ ଟ୍ରେନ ସେବା ପ୍ରଭାବିତ ହୋଇଥିବା ନେଇ ପୂର୍ବ ତଟ ରେଳପଥ ପକ୍ଷରୁ ସୂଚନା ଦିଆ ଯାଇଛି ।

ପୂର୍ବ ତଟ ରେଳପଥ ପକ୍ଷରୁ ଦିଆ ଯାଇଥିହା ସୂଚନା ଅନୁସାରେ ୧୨ଟି ଟ୍ରେନ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନର ଗତିପଥ ବଦଳିଛି । ଏହା ବ୍ୟତୀତ କେତେକ ଟ୍ରେନର ଚଳାଚଳ ସମୟ ପୁନଃ ନିର୍ଦ୍ଧାରିତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୧୪ ତାରିଖରେ ୦୮୧୦୫ ନମ୍ବର ରାଉରକେଲା ରୁ ରାଉରକେଲା-ପୁରୀ ସ୍ପେଶାଲ୍, ୦୮୧୦୬ ନମ୍ବର ପୁରୀରୁ ପୁରୀ-ରାଉରକେଲା ସ୍ପେଶାଲ୍, ୦୨୮୬୨ ଭୁବନେଶ୍ୱରରୁ ଭୁବନେଶ୍ୱର-ରାଉରକେଲା ଇଂଟର ସିଟି ସ୍ପେଶାଲ୍, ୦୨୮୬୬ ପୁରୀରୁ ଲୋକମାନ୍ୟ ତିଳକ ସ୍ପେଶାଲ୍, ୦୮୪୯୩ ନମ୍ବର ଭୁବନେଶ୍ୱରରୁ ଭୁବନେଶ୍ୱର-ବଲାଙ୍ଗୀର ଇଂଟର ସିଟି ସ୍ପେଶାଲ୍, ୦୮୪୯୪ ନମ୍ବର ବଲାଙ୍ଗୀରରୁ ବଲାଙ୍ଗୀର-ଭୁବନେଶ୍ୱର ଇଂଟର ସିଟି ସ୍ପେଶାଲ୍, ୦୮୪୫୧ ନମ୍ବର ହାଟିଆରୁ ହାଟିଆ-ପୁରୀ ସ୍ପେଶାଲ୍, ୦୮୪୫୨ ନମ୍ବର ପୁରୀରୁ ପୁରୀ-ହାଟିଆ ସ୍ପେଶାଲ୍ , ୦୮୪୨୫ ନମ୍ବର ପୁରୀରୁ ପୁରୀ-ଦୁର୍ଗ ସ୍ପେଶାଲ୍ , ୦୮୧୨୮ ନମ୍ବର ଗୁଣୁପୁରରୁ ଗୁଣୁପୁର-ରାଉରକେଲା ସ୍ପେଶାଲ୍ ଟ୍ରେନକୁ ଆସନ୍ତା କାଲି ପାଇଁ ବାତିଲ କରାଯାଇଛି ।

ସେହିପରି ଗତକାଲି ଆନନ୍ଦ ବିହାରରୁ ଯାତ୍ରା ଆରମ୍ଭ କରିଥିବା ୦୨୮୧୪ ଆନନ୍ଦ ବିହାର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍ ବର୍ତମାନ ଏହାର ଗତିପଥ ପରିବର୍ତନ କରି ଚକ୍ରଧରପୁର-ଜାରୋଲି ଓ ଜାଖାପୁରା ଦେଇ ଚଳାଚଳ କରିବ ।ଚା ବିଶାଖାପାଟନମ୍ରୁ (ବର୍ତମାନ ଖାଲିକୋଟରେ ଥିବା) ୦୮୫୦୩ ବିଶାଖାପାଟନମ୍-ଅମୃତସର ସ୍ପେଶାଲ୍ ଭିଜିଆନଗରମ୍-ରାୟାଗଡା-ଟିଟିଲାଗଡ-ସମ୍ବଲପୁର ଦେଇ ଚଳାଚଳ କରିବ । ଗତକାଲି ଦୁର୍ଗରୁ ଯାତ୍ରା ଆରମ୍ଭ କରିଥିବା ୦୮୪୨୬ ଦୁର୍ଗ-ପୁରୀ ସ୍ପେଶାଲ୍ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ । ଗତକାଲି ହାଟିଆରୁ ଯାତ୍ରା ଆରମ୍ଭ କରିଥିବା ୦୮୪୫୧ ହାଟିଆ-ପୁରୀ ତପସ୍ୱିନୀ ସ୍ପେଶାଲ୍ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ । ଏଲ୍ଟିଟିରୁ ୧୨ ତାରିଖରୁ ଯାତ୍ରା ଆରମ୍ଭ କରିଥିବା ୦୨୧୪୫ ଏଲ୍ଟିଟି-ପୁରୀ ସ୍ପେଶାଲ୍ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ । ଚା ବିକାନେରରୁ ୧୨ ତାରିଖରୁ ଯାତ୍ରା ଆରମ୍ଭ କରିଥିବା ୦୪୭୦୯ ବିକାର୍ନେ-ପୁରୀ ସ୍ପେଶାଲ୍ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ ।

ଗତକାଲି ଗୁଣୁପୁରରୁ ଯାତ୍ରା ଆରମ୍ଭ କରିଥିବା ୦୫୧୨୮ ଗୁଣୁପୁର-ରାଉରକେଲା ସ୍ପେଶାଲ୍ ଏବେ ଭାୟା କପିଳାସ ରୋଡ୍-ଜାଖାରପୁରା-ଜାରୋଲି ଦେଇ ଚଳାଚଳ କରିବ । ପୁରୀରୁ ଗତକାଲି ଯାତ୍ରା ଆରମ୍ଭ କରିଥିବା ୦୨୦୩୭ ପୁରୀ ଅଜମୈର ସ୍ପେଶାଲ୍ ଏବେ ଭାୟା ଖୋର୍ଦ୍ଧା ରୋଡ୍-ଭିଜିଆନଗରମ୍-ରାୟଗଡ଼ା-ଟିଟିଲାଗଡ଼ ଦେଇ ଚାଚଳ କରିବ ।

ଅନ୍ୟପକ୍ଷେ, ଆଜି ୦୨୮୬୧ ରାଉରକେଲା-ଭୁବନେଶ୍ୱର ଇଂଟର ସିଟି ସ୍ପେଶାଲ ଟ୍ରେନ୍କୁ ଆଂଶିକ ଭାବେ ବାତିଲ୍ କରାଯାଇଛି ।

Leave A Reply

Your email address will not be published.