ମାହାଙ୍ଗା ବ୍ଲକ୍ ଅଞ୍ଚଳରେ ମିଳୁ ନାହି ସରକାରି ସହାୟତା, ପଲିଥିନ ଓ ରିଲିଫ ଦାବିରେ ମାହାଙ୍ଗା ତହସିଲ ଅଫିସ ମୁଖ୍ୟ ରାସ୍ତା ଅବରୋଧ କଲେ ବନ୍ୟା ବିପନ୍ନ

0 65

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ପଂଚାୟତର ଗଙ୍ଗପୁରା କାଁହୁପୁର ଓ ଜଳେଶ୍ୱରପୁର ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ବହୁ ଲୋକ ଜଳବନ୍ଦୀ ହେବା ସହ ମାଟିକାନ୍ଥ ଭାଙ୍ଗି ଯାଇଛି । ବନ୍ୟା ବିପନ୍ନ ପାଣି ଘେରରେ ଥିବା ବେଳେ ପ୍ରଶାସନ ପକ୍ଷରୁ ଦୁଇଦିନ ପରେ ବି ଶୁଖିଲା ଖାଦ୍ୟ କି ପଲିଥିନ ପ୍ରଦାନ କରାଯାଇନଥିବାରୁ ଗ୍ରାମବାସୀ ମାନେ ଆଜି ପୂର୍ବାହ୍ନରେ ମାହାଙ୍ଗା ତହସିଲ ଛକ ପୂର୍ତ୍ତ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଜଳେଶ୍ୱରପୁର ମହାନ୍ତି ସାହି, କାଁହୁପୁର, ଗଙ୍ଗପୁରା, ପରିଡାପାଟଣା ଶୁଖୁଆ ବସ୍ତି, ସମେତ ବହୁ ଗାଁରେ ବନ୍ୟା ଜଳ ପ୍ରବେଶ କରିବାରୁ ଲୋକେ ବାହାରକୁ ଆସିପାରୁନାହାନ୍ତି । ତୁରନ୍ତ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ଧାରଣା କାରୀମାନେ ଦାବି କରିଥିଲେ ।ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ଓ ତହସିଲଦାର ମଧୁସୂଦନ ନାୟକ ପହଂଚି ଆସନ୍ତା ବୁଧବାର ଠାରୁ ତଦନ୍ତ କରାଯାଇ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ପ୍ରତିଶୃତି ଦେବାପରେ ରାସ୍ତାରୁ ଅବରୋଧ ହଟିଥିଲା । ଲଗାଣ ବର୍ଷା ଯୋଗୁଁ ମାହାଙ୍ଗାର ଗୋବରୀ, ଶୁକ ନଦୀ ଓ ମଇଜୋରାର ବନ୍ୟା ଜଳ ସମଗ୍ର ମାହାଙ୍ଗା ଅଂଚଳକୁ ଗ୍ରାସ କରିଥିବାବେଳେ ପ୍ରାୟ ୭୫ ପ୍ରତିଶତ ଚାଷ ଜମି ଜଳମଗ୍ନ ହୋଇଛି ।

Leave A Reply

Your email address will not be published.