ଫୁଲବାଣୀ ବଡ ବନ୍ଧ ଉନ୍ନତି କରଣ କାମ ନିମ୍ନ ମାନର ଯୋଗୁ ଭୁଶୁଡି ପଡିଲା ଅଳ୍ପ ଦିନରେ ପଥର ପେଚିଙ୍ଗ

0 73

ଫୁଲବାଣୀ : ଫୁଲବାଣୀ ସହର ମଧ୍ୟରେ ଥିବା ବଡ଼ ବନ୍ଧ ଉନ୍ନତି କରଣ ନିମନ୍ତେ ଫୁଲବାଣୀ ପୌରପରିଷଦର  ୧ କୋଟି ୨ ଲକ୍ଷ ଟଙ୍କାର ଅନୁଦାନରେ ପିଅନପଡା ବଡ଼ ବନ୍ଧ ଉନ୍ନତି  କରଣ କାର୍ଯ୍ୟ ପୁର୍ତ୍ତ ବିଭାଗରେ ଚାଲୁ ରହିଛି । ପୂର୍ବ ଦିନରେ ସେହି ବଡ଼ବନ୍ଧକୁ ଫୁଲବାଣୀ ସହର ଜନସାଧାରଣ ବ୍ୟଵହାର କରୁଥିଲେ । ପୌରପରିଷଦର ବେପାରୁଆ ମନ ଭାବ ଯୋଗୁଁ ବନ୍ଧରୁ ପଙ୍କ ଉଦ୍ଧାର ଏବଂ ରକ୍ଷଣାବେକ୍ଷଣ କରା ନ ଯିବାରୁ  ସେହି ବନ୍ଧ  ଦିନକୁ ଦିନ ଅପରିଷ୍କାର ହୋଇ ଜନ ସାଧାରଣଙ୍କର ବ୍ୟବହାର ଉପଯୋଗୀ ହେଲା ନାହିଁ । ରାଜସ୍ୱ ପାଇବା ଆଶାରେ ମ୍ୟୁନିସିପାଲିଟି ଫୁଲବାଣୀ ବନ୍ଧର ଉନ୍ନତି କରଣ କରାଇ ଫୁଲବାଣୀ ସହର ବାସୀଙ୍କର ଚିତ୍ତ ବିନୋଦନ ପାଇଁ ଏକ ପାର୍କ ନିର୍ମାଣ ନିମନ୍ତେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା  ପୁର୍ତ୍ତ ବିଭାଗକୁ ପ୍ରଦାନ କରିଛି ।  ଏହି ଅର୍ଥରେ ବନ୍ଧ ଉନ୍ନୟନ କାର୍ଯ୍ୟ କରିବା ନିମନ୍ତେ ଫୁଲବାଣୀ ପୁର୍ତ୍ତ ବିଭାଗ ଦାୟିତ୍ୱ ନେଇ ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟ ଶେଷ କରି ଉନ୍ନତ ମାନର ନିର୍ମାଣ କାର୍ଯ୍ୟ କରିବା ପାଇଁ ଠିକାଦାର ଚୟନ କରି ବନ୍ଧର ସୌନ୍ଦର୍ଯ୍ୟ କରଣ ନିମନ୍ତେ ବନ୍ଧର ଚତୁଃପାଶ୍ୱର୍ରେ ପଥର ପେଚିଙ୍ଗ କାମ କରି ଲୁହାର ବାଡ଼ ଦେଇଥିଲେ ।

ସମଗ୍ର ରାଜ୍ୟରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଥିବା ଯୋଗୁଁ  ସେହି କୋଟିଏ ଟଙ୍କାରେ ହେଉଥିବା ବନ୍ଧ ଉନ୍ନତି କରଣ  ପଥର ପେଚିଙ୍ଗ କାର୍ଯ୍ୟ କାମ ନ ସରୁଣୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କର ଲାଭଖୋର ମନ ଭାବ ଯୋଗୁଁ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଭୁଶୁଡିବାରେ  ଲାଗିଛି । ଏପଟେ ବନ୍ଧର ପାଣି ସୁଖା ନ ଯାଇ ପଙ୍କ ଉଦ୍ଧାର ନ କରି ଠିକାଦାର ଉନ୍ନୟନ କାର୍ଯ୍ୟ ଚଳାଇଛନ୍ତି ।  ବନ୍ଧ ଚାରିପଟେ ଜନ ସାଧାରଣଙ୍କ ନିମନ୍ତେ ଫୁଟପାଥ କରାଯାଇ ସୌନ୍ଦର୍ଯ୍ୟ କରଣ କରାଯିବା ସକାଶେ ଯୋଜନା ରହିଛି । ଏହି ପାର୍କ ନିର୍ମାଣ ନିମନ୍ତେ ଅଭିଜ୍ଞତା ନଥିବା ଠିକାଦାର କୁଆଡେ ଟେଣ୍ଡର ପାଇ କାମ କରୁଥିବା  ଫଳରେ କାମ ନିମ୍ନ ହେଉଛି ବୋଲି ସହରବାସୀଙ୍କ ଆଲୋଚନା ଜୋର ଧରିଛି । ଜିଲ୍ଲାପାଳ, ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା  ନିମନ୍ତେ ଫୁଲବାଣୀ ସହର ବାସୀ ଦାବିକରିଛନ୍ତି ।

Leave A Reply

Your email address will not be published.