ଚାନ୍ଦିପୁରରୁ ୪ ସନ୍ଦିଗ୍ଧ ଗୁପ୍ତଚର ଗିରଫ

0 75

ବାଲେଶ୍ୱର : ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ସୋମବାର ବିଳମ୍ବିତ ରାତିରେ ପୋଲିସ ସେମାନଙ୍କ ଘର ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈରୁ ଉଠାଇ ଆଣିଥିଲା । ଜେରା ପରେ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଡିଆରଡିଓରେ ଏସି ଓ ଜେନେରେଟର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଅଟକ ଯୁବକମାନେ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ୟ ପ୍ରଘଟ କରୁଥିବା ଅଭିଯୋଗ
ହୋଇଥିଲା । ଏହାପରେ ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ଟି ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ୬ ଡିଏସ୍ପି ଓ ୬ ଜଣ ଆଇଆଇସି ରହିଛନ୍ତି । ତିନିଦିନର ତନାଘନା ପରେ ପୋଲିସ ୪ ସନ୍ଦିଗ୍ଧଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିଥିଲା । ସେମାନଙ୍କୁ ମାରାଥନ ଜେରା ପରେ ପୋଲିସ ଗିରଫ କରିଛି । ଏମାନେ ବିଦେଶୀ ସଂସ୍ଥା ସହ ଫୋନ୍ ରେ କଥା ହୋଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଦେବା ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ଗିରଫ ହୋଇଥିଲେ । ଈଶ୍ୱର ଏବେ ଆଜୀବନ ସଜା କାଟୁଛନ୍ତି ।

ଆକ୍ରମଣ ଯୋଜନା ପଣ୍ଡ : ୬ ଆତଙ୍କବାଦୀ ଗିରଫ

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ଼ ସଫଳତା ମିଳିଛି । ୬ ଜଣ ଆତଙ୍କବାଦୀକୁ ଗିରଫ କରିଛି ସ୍ପେଶାଲ ସେଲ୍ । ଗିରଫ ଆତଙ୍କବାଦୀଙ୍କ ସମ୍ପର୍କ ଆଇଏସ୍ଆଇ ଓ ଅଣ୍ଡରୱାର୍ଲ୍ଡ ସହ ଥିବା କୁହାଯାଉଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣ ପାକିସ୍ତାନରେ ପ୍ରଶିକ୍ଷଣ ନେଇଥିଲେ । ସେମାନଙ୍କଠାରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଜବତ କରାଯାଇଛି । ଆତଙ୍କବାଦୀମାନେ ଦେଶର ଅଲଗା ଅଲଗା ସହରରେ ବଡ଼ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ । ଏହାଛଡ଼ା ଏମାନଙ୍କ ଟାର୍ଗେଟରେ ଥିଲେ ବହୁ ଜଣାଶୁଣା ବ୍ୟକ୍ତି ବିଶେଷ । କିଛି ରାଜନେତାଙ୍କ ସହ ସମାଜସେବୀ ଓ ଶିଳ୍ପପତିଙ୍କୁ ଏମାନେ ଟାର୍ଗେଟ୍ କରିଥିଲେ । ତେବେ ଏମାନଙ୍କ ନଜରରେ କିଏ କିଏ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ପାକିସ୍ତାନ ପ୍ରଶିକ୍ଷିତ ୨ ଆତଙ୍କବାଦୀଙ୍କ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ଥିବା ଜଣାପଡ଼ିଛି । ଆଇଏସ୍ଆଇ ସମ୍ପୂର୍ଣ୍ଣ ଯୋଜନା କରି ସେମାନଙ୍କୁ ଭାରତ ପଠାଇଥିଲା । ଏକାଧିକ ସହରରେ ବିସ୍ଫୋରଣ ପାଇଁ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଯୋଗାଇଥିଲା । ସ୍ପେଶାଲ ସେଲ୍ ଏସ୍ପି ନୀରଜ ଠାକୁରଙ୍କ ସୂଚନା ଅନୁସାରେ, ଜଣଙ୍କୁ କୋଟାରୁ ଗିରଫ କରାଯାଇଥିବା ବେଳେ ଦିଲ୍ଲୀରୁ ୨ଜଣ ଓ ଉତ୍ତରପ୍ରଦେଶରୁ ୩ ଜଣଙ୍କୁ ଧରାଯାଇଛି । ମସ୍କଟ ଦେଇ ପାକିସ୍ତାନରେ ୨ଜଣ ପ୍ରଶିକ୍ଷଣ ନେଇଛନ୍ତି । ୧୪ ରୁ ୧୫ଜଣ ବଙ୍ଗଳା କହୁଥିବା ଲୋକ ପ୍ରଶିକ୍ଷଣ ନେଇଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଅନୁସାରେ, ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ୨ଟି ଟିମ୍ ଦ୍ୱାରା ସଞ୍ଚାଳିତ କରୁଥିଲା । ଗୋଟିଏ ଟିମ୍ ଦାଉଦ ଇବ୍ରାହିମ୍ ର ଭାଇ ଅନୀସ ଇବ୍ରାହିମ୍ ପରିଚାଳିତ କରୁଥିଲା । ଏହି ଟିମ୍ ମୁଖ୍ୟତଃ ସୀମା ଦେଇ ଅସ୍ତ୍ରଶସ୍ତ୍ର ଭାରତକୁ ଆଣୁଥିଲା । ଅନ୍ୟ ଟିମ୍ ହାୱଲା ମାଧ୍ୟମରେ ଟଙ୍କା ଯୋଗାଣ କରୁଥିଲା ।

Leave A Reply

Your email address will not be published.