ତାରରେ କପଡା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଆଇ, ନାତୁଣୀ ମୃତ

0 68

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ସହର ନିଵାସୀ ସହଦେଵ ବାଗଙ୍କ ଝିଅ ରିତାରାଣୀ ବାଗ(୨୦) ନିଜ ମାମୁ ଘର ଛତିଶଗଡ଼ ମହାସମୁନ୍ଦ ଠାରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଆଈ(ନାନୀ ମା) ଉକିଆରାଣୀ ନେତାମ ( ୫୬)ଙ୍କ ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣାରୁ ପ୍ରକାଶ ଯେ ରିତାରାଣୀ ବାଗ ନିଜ ମାମୁଁ ଘର ମହାସମୁନ୍ଦକୁ ଯାଇଥିବା ବେଳେ ଗାଧୋଇ ଘର ଅଗଣାରେ ଥିବା ଏକ ତାରରେ କପଡା ଶୁଖାଇବାକୁ ଯାଇ ତାରକୁ ହାତରେ ଧରି ଦେଇଥିଲେ । କୌଣସି କାରଣରୁ ତାରରେ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା, ତାହା କେହି ଜାଣିପାରି ନ ଥିଲେ । ସେଥିରେ ସେ ଲାଗିଯାଇ ଆଘାତ ପାଇ ଗୁରୁତର ହୋଇ ଯାଇଥିଲେ । ତାରରେ ଲାଗି ଗୁରୁତର ଅବସ୍ଥାରେ ଥିବା ନାତୁଣୀଙ୍କୁ ଉଦ୍ଧାର କରିବା ପାଇଁ ଆଇ ମା (ନାନୀମା) ମଧ୍ୟ ଯାଇ ସେଥିରେ ଲାଗି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ଆଇ ନାତୁଣୀଙ୍କ ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ନିଜ ପୈତୃକ ଗ୍ରାମ ସିନାପାଲିକୁ ରିତାରାଣୀଙ୍କ ମୃତଦେହ ଆଣି ଅନ୍ତିମ ସଂସ୍କାର କରାଯାଇଥିଲା । ରିତରାଣୀଙ୍କ ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.