ଅବକାରୀ ବିଭାଗ ବିରୋଧରେ ପ୍ରଜାମେଳି

0 71

ମାଲକାନଗିରି : ପୁଣି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ଏଥର ଅବକାରୀ ବିଭାଗ ବିରୋଧରେ ସ୍ୱର ଉଠାଇଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ । ବିନା ଦୋଷରେ ନିରୀହ ଆଦିବାସୀଙ୍କୁ ଗଞ୍ଜେଇ କେଶରେ ଫସାଇଛି ମାଲକାନଗିରି ଅବକାରୀ ବିଭାଗ । ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ । ନିଜର ଟାର୍ଗେଟ ପୂରଣ ପାଇଁ ବାରମ୍ବାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀଙ୍କ ଉପରେ ଗଞ୍ଜେଇ କେଶରେ ମିଛ ମକଦମା କରୁଛି ଅବକାରୀ ବିଭାଗ । ଏଇ କିଛିଦିନ ତଳେ ନକମାମୁଡ଼ି ଅଞ୍ଚଳରେ ଜଣକ ଘରେ ଗଞ୍ଜେଇ ଥୋଇଦେଇ ବାଟରୁ ନିରୀହ ଆଦିବାସୀଙ୍କୁ ଉଠାଇ ନେଇ ଜେଲ ରେ ଭର୍ତ୍ତି କରୁଛି ଅବକାରୀ ବିଭାଗ । ଏଭଳି ଜୁଲୁମ ବନ୍ଦ ନକଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ସାମ୍ନା କରିବ ମାଲକାନଗିରି ଅବିକାରୀ ବିଭାଗ ଏଭଳି ଧମକ ଦେଇଛନ୍ତି ସ୍ୱାଭିମାନ ଅଞ୍ଚଳ ଲୋକେ । ଯେଉଁ ଅଧିକାରୀ ଏଥିରେ ସମ୍ପୁକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆଉ ମିଛ ମକଦମାରେ ଫସିଥିବା ଆଦିବାସୀଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ପ୍ରଜାମେଳିରେ ଦାବି କରିଛନ୍ତି ।

Leave A Reply

Your email address will not be published.