ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଜରୁରୀ କାଳୀନ ବୈଠକ

0 66

ନୂଆପଡା : ବିସ୍ଥାପିତ ମାନଙ୍କ ଖଡ଼ିଆଳ ଥାନା ସମ୍ମୁଖରେ ହେବାକୁ ଥିବା ଭିକ୍ଷେଭ ଓ ଅନଶନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସ୍ୱର୍ଗତ ଗୌରଶଙ୍କ ମାଝି ପିତା ଅଭିରାମ ମାଝୀ ଙ୍କ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଡାହାଣ ପାର୍ଶ୍ୱ କେନାଲ ପାଇଁ ଦରଗାଁ ସ୍ଥିତ ଚାଷ ଜମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଏହି କ୍ଷତି ପୂରଣ ଥଇଥାନ ରାଶି ମିଳିଥିବା ଟଙ୍କାକୁ ପୂର୍ବତନ ଅଧିକାରୀ , ଦଲାଲ ଓ ବ୍ୟାଙ୍କ ମ୍ୟାନେଜର ମିଶି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଏହି ଟଙ୍କା ପାଇବା ପାଇଁ କ୍ଷତି ଗ୍ରସ୍ତ ଚାଷୀ ଗୋୖରୀଶଙ୍କର ମାଝୀ ଓ ତାଙ୍କ ପରିବାର ଲୋକେ ଦୀର୍ଘ ଦିନ ଧରି ସଙ୍ଘର୍ଷ କରିଆସୁଥିଲେ । ହେଲେ ପରିବାର ପକ୍ଷରୁ ଟଙ୍କା ପାଇବା ପାଇଁ ବାରମ୍ବାର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ୟ୍ଯଲୟ ଆସି ବହୁତ ହଇରାଣ ହେବା ସତ୍ୱେ କ୍ଷତି ପୂରଣ ଓ ଥଇଥାନ ରାଶି ପାଇବାରୁ ବଞ୍ଚିତ ହୋଇ ଗୌରୀଶଙ୍କର ମାଝୀ ମାନସିକ ଚାପରେ ରହି ଆସୁଥିଲେ । ଶେଷରେ ଗତ ସେପ୍ଟେମ୍ବର ୫ ତାରିଖ ଦିନ ମାନସିକ ଚାପରେ ପ୍ରାଣ ତ୍ୟାଗ କରିଥିଲେ । ଏହାର ଉଚିତ ତଦନ୍ତ ସହ ନ୍ୟାୟ ଦାବିରେ ବିସ୍ଥାପିତ ଜନତା ପକ୍ଷରୁ ଆସନ୍ତା ୧୬ ତାରିଖରେ ଖଡ଼ିଆଳ ଥାନା ସମ୍ମୁଖରେ ଅନଶନ ଓ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଇତି ମଧ୍ୟରେ ଖଡ଼ିଆଳ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏପରିକି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ଓ ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ୧୬ ତାରିଖ ହେବାକୁ ଥିବା ଆନ୍ଦୋଳନକୁ ଆଗାମୀ ୩୦ ତାରିଖ ପ୍ରଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଆଗାମୀ ୩୦ ତାରିଖ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଅକ୍ଟୋବର ୫ ତାରିଖ ମଙ୍ଗଳବାର ଦିନ ଖଡ଼ିଆଳ ଥାନା ସମ୍ମୁଖରେ ଅନଶନ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ।ବିସ୍ଥାପିତ ସହାୟତା ସମିତି ସଭାପତି ନିତ୍ୟନନ୍ଦ ପ୍ରଧାନ , ସମ୍ପାଦକ ଗୋପୀନାଥ ଗୌଡ଼ , କାଲି ଦାସ ସୁନାନୀ ,ପର୍ଶୁରାମ ପଟେଲ , ଦୁର୍ଯ୍ୟୋଧନ ମାଝୀ , ଯୋଗେନ୍ଦ୍ର ନାଗ , ଜୟରାମ ମାଝୀ , ଟିକେ ରାମ ମାଝୀ , ନାରାୟଣ ଅହୀର ପ୍ରମୁଖ ଚେତାବନୀ ଦେଇଛନ୍ତି । 

Leave A Reply

Your email address will not be published.